Sunday, 17 September 2017

....ପତ୍ନୀ ତମେ ତମେ ହିଁ ପ୍ରେମିକା.... ....YOU ARE THE WIFE AND YOU ARE THE BELOVED...

....ପତ୍ନୀ ତମେ ତମେ ହିଁ ପ୍ରେମିକା....
....YOU ARE THE WIFE AND YOU ARE THE BELOVED...

ପ୍ରେମିକା ଏମିତି ଏକ ଅନୁଭବ ର ନାମ, ମୋନାଲିସା .. ଯୋଉଥିରେ ଆନନ୍ଦ ଅଛି ଆଉ ଉଦ୍ବିଘ୍ନତା ବି... ଯାହା ଏକ ଝରଣା ପରି ଅବିରଳ ଆଉ ମହାସାଗର ପରି ପ୍ରଶାନ୍ତ, ଯେଉଁଥିରେ ତଲ୍ଲୀନ ହୋଇ ହୁଏ ଆଉ ଯାହା ନିହାରିକା ପରି ଅନନ୍ତ, ଚିରକାଳ ଅନ୍ଧତ୍ୱର ଆରୋପ ଅନ୍ୟାୟ ... ଏଥିରେ ମୁଁ ଉଷା କାଳର ପବିତ୍ରତା ଦେଖେ... କାକରବିନ୍ଦୁ ପରି ସ୍ୱଚ୍ଛତା ଏଇଥିରେ ହିଁ ପାଏ...ପ୍ରେମିକା ଏକ ଅନିର୍ଦ୍ଦିଷ୍ଟ ଲକ୍ଷ୍ୟ ଯାହାକୁ ପାଇବାକୁ ଆତ୍ମା ବିଳପି ଉଠେ...

ପ୍ରେମିକା ପତ୍ନୀ ହେଲେ ଗୋଟେ ଭୌତିକ ପରିବର୍ତ୍ତନ ଘଟେ ନିଶ୍ଚିତତା ରେ... ଅପଘଟନ ଘଟେ ଆନନ୍ଦ ରେ... ପ୍ରେମିକା ର ସ୍ଥାନ ପତ୍ନୀ ଠାରୁ ବହୁତ ଉଚ୍ଚରେ... ଏମିତି ବି କହି ହେବ, ଆବେଗରହିତ ଏକ ପରିତ୍ୟକ୍ତ ଉପତ୍ୟକା ର ଶେଷ ଚିହ୍ନ ପତ୍ନୀ ....କେବେ ଉଷ୍ମତା ଥିଲା ଅନନ୍ତତା ର.... ସ୍ୱପ୍ନ ଦେଖି ହେଉଥିଲା ତାଙ୍କ ଆଖିରେ.... ଯେ କେବେ ଏକ ଧାରା ଶ୍ରାବଣ ର ଶ୍ରାବଣୀ ଥିଲେ... ଏ ସବୁ ଅନୁଭବ କେବଳ ଯେଉଁଠି ପ୍ରେମିକା ପତ୍ନୀର ମର୍ଯ୍ୟାଦାବନ୍ତ ଆସନ ଗ୍ରହଣ କରନ୍ତି... ଯଦି ଜୀବନ ସଙ୍ଗିନୀ ହୁଅନ୍ତି...

ହଁ, ପତ୍ନୀ ଏକ ସୁସ୍ଥ ଚିନ୍ତାଧାରା... ରମଣୀୟତା ର ଅବିଭକ୍ତ ଦଶହରା... ଗର୍ବ ଓ ଗୌରବ ର ପରିପୃକ୍ତ ଉନ୍ମୁକ୍ତ ଝରଣା, ଯିଏ ଆନନ୍ଦ ର ଫଲ୍ଗୁ ବିଞ୍ଚି ଦିଅନ୍ତି ଜୀବନ ପଥରେ ଆବଶ୍ୟକତା ରୁ ଅଧିକ... ଯଦି ଚାହାନ୍ତି... ଯଦି ମନ ମନ୍ଦିରର ପୂଜାରିଣୀ ହବା ପାଇଁ ସ୍ୱୀକୃତି ଦିଅନ୍ତି.... ସେଠି ଆନନ୍ଦ କୁ ସଶରୀରେ ଦେଖି ହୁଏ ବିଶ୍ୱସ୍ତ ଆଖିରେ... ଖୋଜେ ବିଶ୍ୱାସର ସ୍ନେହବୋଳା ସ୍ପର୍ଶ... ଭରସା ର ବଜ୍ର ଶପଥ... ସବୁ ପ୍ରେମିକା ପତ୍ନୀ ହୁଅନ୍ତିନି, ମୋନାଲିସା... ସବୁ ପତ୍ନୀ ବୋଳନ୍ତିନି ଆନନ୍ଦର ମୁଗ୍ଧ ଚନ୍ଦନ... ଦେହ ର ଦାହ ଉଭୟ ଲିଭେଇବାର କ୍ଷମତା ରଖନ୍ତି, କିନ୍ତୁ ମନ ଖୋଜେ ଉଷ୍ମତା...ବିଶ୍ବସ୍ତତା...ଭରସା... ଆକ୍ଷିରେ ଆକ୍ଷି ମିଳେଇବାର ଆଶ୍ୱାସନା...

The beloved is the name of such a feeling, Monalisa which has thrill in it and a pinch of tension too. That is spontaneous like a natural dream and grand as Pacific...In which one can melt with confidence ..Which is endless like the Milky way... It is a gross injustice to allege blindness in it.. I see purity of dawn in it...Trace transparency of dew drops in it..
The beloved is an unidentified target Monalisa, the soul cries in silence to have...

When the beloved graces to be the wife.. there happens a great physical transformation in status....The bliss is diluted ...The beloved is much above the standing of the life partner..That is wife.. we can see thus..the last trace of an emotionless deserted vally is named as Wife...There was endless warmth...One day.... her eyes were the cosiest medium of dream. One day, she was the Shravani of continuous rain.. this happens when the beloved blesses with the fortune of being life partner..

Yes, the wife is a healthy thought process of propriety....An opportunity  for celebration of joy...An ever flowing stream of fresh water of uncompromised pride and elevation.. who sprinkle scented red dust on the walk of life more than necessity...If she wishes she can accord approval to worship in the temple of mind...And makes it possible to see the bliss in mortal eyes...Affords to seek the lovely touch of faith.. and the strong resolution of relience.. all beloveds don't become wives , Monalisa..Every wife doesn't fill the life with satisfaction.. both have capability to put out the heat of the body.. to quench the thirst..But the heart searches for a little warmth.. Faithfulness and reliability... An assurance to look into the eyes...

©® SACHIDANANDA MISHRA

No comments:

Post a Comment