Saturday, 30 September 2017

............ଶୁଣୁଛ ସଖି ?.....୪ .....LISTINING LOVE ?......4

............ଶୁଣୁଛ ସଖି ?.....୪
.....LISTINING LOVE  ?......4

ଶୁଣୁଛ ସଖି ?
ଶୁଭ୍ର ଶରତ ଡାକେ ହାତ ଠାରି
ଖୋଲା ଦିନ, ଭୁଲା ମନ
ତମେ ବଡ ଆନମନା, ଶୁଭୁନି କି ?

ଭସା ବଉଦର ଭାଷା
ତମ ଆଖି କଥା କହେ..
ମଉନାବତୀ ର ଓଠ
କହେନାଇଁ ଥରିଯାଏ...
ଜୀବନ ଟା ସତେ କଣ ଏକ ଚାରିଛକ !
ଅଦିନ ବରଷା ପରି ତମ ହସ
ତମେ ମୋନାଲିସା ଏକ ମୁଗ୍ଧା ସାରସ..
ଓଳିଗଡା ପାଣି ପରି କୁହନାଇଁ ସତ
ଚୂର୍ଣ୍ଣ କୁନ୍ତଳ ତମ କହିଯାଏ ତୃପ୍ତ ଇତିହାସ..
କହିଦିଅ ଭଲ ପାଅ ବୋଲି ଥରେ
ମିଳିଯିବ ସ୍ୱର୍ଗର ସବୁ ସୁଖ....
ଶୁଣୁଛ ସଖି ?
ଅଳସକନ୍ୟା ତ ତମେ
ତମ ଆଶ୍ୱାସନା ମୋର ଶୁଦ୍ଧ ସମ୍ପର୍କ
କଣ, ଶୋଇଗଲ କି ?

Listening Sakhi ?
The hoary Autumn beckons..
Open time, forgetting mind
You never concentrate, won't you listen ?

Your eyes speak of the language of floating clouds
The lips of the silent beauty never speaks
Only trembles..
Is the life a cross road ?
Your laughter is like a passing shower
You Monalisa are an enchanted stork..
You don't tell the truth like a water dropping from the roof top
But your stray hairs tell your history of satisfaction..
Please tell me once
You love me..
Heaven I will have in my lap
Listening Sakhi ?
You are the the Alasakanya, the beauty with leisure
Your assurance is my purity of relationship..
Ah...Have you fallen asleep ?

©® SACHIDANANDA MISHRA

No comments:

Post a Comment