Sunday, 17 September 2017

......ନାରୀ ମୁଁ....... ....I AM THE WOMAN...

......ନାରୀ ମୁଁ.......
....I AM THE WOMAN...

ନାରୀ ମୁଁ...
ଛୁଇଁ ଦେଲେ ସୁନା...
ମୋ ଦେହରେ ଶୋଭା ପାଏ  ଛିଣ୍ଡା ଲୁଣ୍ଡାକନା...
ହସି ଦେଲେ ଫୁଟେ ପାରିଜାତ
ଗଦେଇ ହେଇ ପଡେ ସୁନ୍ଦର ପ୍ରଭାତ
ସପନ ଦେଖନ୍ତି ନାଆଁ ରେ ମୋର ଚିହ୍ନା ଅରକ୍ଷିତ
ରାତି ପାହିବାକୁ ଦିଅନ୍ତିନି ଦଳେ
ମୋ ପଛରେ ପଡିଗଲେ ସକାଳ ସରେନି..
ଅସରନ୍ତି ଶରଧା ରେ ସଉକି ପୁରେନି...
ଖାଲି ମୋ ପାଇଁ
ଗଢ଼ା ହୁଏ ପ୍ରତି ଦିନ ଅଳକା ସଦନ..
ଜଳୁଥିଲେ ମନ ମୋର
ଦେଖା ଯାଏ ନାହିଁ କେବେ
ସ୍ନେହରେ ଡାକନ୍ତି ମୋତେ ଚନ୍ଦ୍ରବଦନ...
ନ ଋଷିଲେ ବି ଘଡଘଡି ମାରେ
ଫାଟି ଯାଏ ପୃଥିବୀ
ନ କହିଲେ ବି ତୋଳା ହୁଏ ଶହେ ଭାର ପଦ୍ମ..
ଥାଟ ପଟାଳ ପଡେ ମୋ ଦୁଆରେ
ଭାଙ୍ଗି ପଡେ ମେଘନାଦ ପାଚିରି
ମୋ ପଦଧୂଳି ହୋଇ ଯାଏ ଶୁଦ୍ଧ ସୁବର୍ଣ୍ଣ...
ଯାହା ମୁଁ ଲେଖି ଦିଏ
ହୋଇ ଯାଏ ବେଦ...
ଲେଖା ହୁଏ ସ୍ମୃତି କେତେ
ମନ୍ତ୍ର ଗାଥା କଠୋପନିଷଦ...
ଜଟା ଭାରେ ଲଦି ହୋଇ ମହର୍ଷି ବ୍ରହ୍ମର୍ଷି
ତପସ୍ୟା ଭଙ୍ଗ କରନ୍ତି କେତେ ତପୋନିଧି....
ନାରୀ ମୁଁ
ଦୁଃଖର ତପ୍ତ ବୈତରଣୀ ପାର ହୁଏ
ପ୍ରତିଟି ମୁହୂର୍ତ୍ତେ
ଯନ୍ତ୍ରଣାର ଅଟେ ମୁଁ ଯେ  ସୁପ୍ତ ମହୋଦଧି..

I am the woman..
I have a Midas touch.
Torn dusting clothes even can eulogise me
When I smile, the garden blooms
And the morning just poured down..
The known useless all dream in my name..
Herds don't allow the night turn into morn..
To engage me they don't exhaust the morning ..
They amuse in unending care for me..
They plan the heaven on earth only for me..
They don't see me burning inside..
They call me moon faced one..
Even if I don't mind
Thunder strikes and the earth cracks in the middle..
Hundreds of load of lotus are plucked..
My door is crowded and the great wall is broken..
Dust of my feet turns pure gold
Whatever I draw becomes the Vedas..
Commentaries are written on it
And rewritten are all its follow ups..
Sages do discontinue their strong resolve..
Woman I am
I have to cross the boiling river every moment
And I am the ocean in waiting of pain and torture..

©® SACHIDANANDA MISHRA

No comments:

Post a Comment