Monday, 1 May 2017

....ଓଳିଗଡା ପାଣି ପରି...

....ଓଳିଗଡା ପାଣି ପରି...

ବଦଳିଯାଇଚି ଏଠି
ସବୁକିଛି ମୋନାଲିସା
ତମେ ଯିବା ଠିକ୍ ଯିବା ପରେ
ସ୍ମୃତି ସବୁ ଆସିଛନ୍ତି
ମଉସୁମୀ ଯିବା ପରେ କଳାଘୋଡା ଚଢି..
ଯେମିତି ଥିଲା ଦୁନିଆଁ
ଲାଗୁଚି ତ ସେଇଭଳି ଅଛି...
ଅଶୀଣ ଗାଉଚି ଗୀତ
ଆଦି ମଣିଷର
ଶିମିଳି ଗଛରେ ଏବେ ଗଦା ଗଦା କଢ଼
ପବନରେ ଶୁଭ୍ର ଆହ୍ୱାନ
ହାତ ଠାରି ଡାକେ କାଶତଣ୍ଡି..
କବିତା ଲେଖିଲାବେଳେ
ଶବ୍ଦମାନେ ଆସୁଛନ୍ତି ପହଣ୍ଡି ପହଣ୍ଡି...

ମୋନାଲିସା
ସବୁ ପୃଷ୍ଠା ଭରିଚନ୍ତି ତମ ହସ୍ତାକ୍ଷର
ପୂର୍ଣ୍ଣଛେଦ ନାହିଁ ସିନା
କମାଟାଏ ଦେଖାଯାଏ ବେଳେ ବେଳେ
ଗୋଟେ ଅଧେ ସେମ ବିି କୋଲନ
ଧାଡି ସବୁ ସଳଖ ସଳଖ..
ଅମାନିଆ ବିପ୍ରଲମ୍ଭ ପରି
ତମ କଥା ଅତି ମିଠା
ତମ ସ୍ମୃତି
ଓଳିଗଡା ପାଣି ପରି
ନିରଳସ ଆଉ ବଡ ସୁଖ..
ଆକ୍ଷି ତମ
କବିତାର ନବୀନ ଉନ୍ମେଷ
କପୋତର କୋମଳତା ଭଳି
ଚାହାଣୀ ତମର ଲାଗେ ଭାରି ଉଷ୍ମ..
ଧରା ବନ୍ଧା ପୁରସ୍କାର ଠାରୁ
ତମ ସ୍ନେହେ ନିଆରା ଆବେଶ...

No comments:

Post a Comment