Tuesday, 9 May 2017

.....ଲବଣୀ କୋମଳଗାତ୍ରୀ ଗୋ....

.....ଲବଣୀ କୋମଳଗାତ୍ରୀ ଗୋ....

କୋଇଲି କଂଠେ ବାଜିଥିଲା ତମ
ଶୁଭ ଆଗମନି ଶଙ୍ଖ...
ପାଇ ଥିଲି ତମ ପ୍ରଣୟ ପାଖୁଡା
ପ୍ରଥିତ ମୟୁର ପଙ୍ଖ..
ସ୍ନିଗ୍ଧ କୋମଳ ସ୍ନେହର ପରଶ
ବୋଳା ନିମନ୍ତ୍ରଣ ଚିଠା.
ଦେଇଥିଲ ସଖୀ କାକର ବିନ୍ଦୁରେ
ବିଶ୍ୱାସ ବତୁରା ମିଠା..
ଧାରା ଶ୍ରାବଣର ଧ୍ରୁପଦକୁ ଧରି
ପରଶିଲ ବିପ୍ରଳମ୍ଭ..
ରୁଦ୍ରବୀଣାର ତଂତ୍ରି ଝଙ୍କାରେ
ଭାଙ୍ଗିଥିଲ ରତି ଦମ୍ଭ...
ଲବଣୀ କୋମଳ ଗାତ୍ରୀ ଗୋ.
ଆଦ୍ୟ ପ୍ରଣୟର ମଧୁମଞ୍ଜରୀ ରେ
ଲେଖିଥିଲ ଜନ୍ମପତ୍ରୀ ଗୋ...

Your  welcome song was sung
In the cooing of cockoo
I had received the love petals bedecked with peacock feather..
The invitation card you sent
Was scented with your touch..
The sweets you sent
Were mixed with dew drops and faith..
You had presented, dear
The central line of pouring Shravana
And broke the pride of sex Goddess.
You had written the birth chart
Of the first love,
O dear with body as soft as butter !
In the honeyed flower bunch...

@rights reserved
BY SATCHIDANANDA MISHRA


No comments:

Post a Comment