Friday, 19 May 2017

....ଲୋଡ଼ା ନାଇଁ କବି ହବା...


....ଲୋଡ଼ା ନାଇଁ କବି ହବା...

ଆସିବ ଆସିବ ବୋଲି
ଖାଲି ଯାହା ଲେଖୁଛ ଚିଠିରେ
ରାଣଦିଆ ପାନ କଣ ଓଠ କରେ ନାଲି ?
ଦଗାଦିଆ ନାଗରକୁ ଭରସା ନ ଥାଏ
ଜଗା ପାଇଁ ଭଣ୍ଡି ହବା କି ଅବା ନିଆରା
ଓଳିଗଡା ନ ହେଲେ କି ଓଦା ହୁଏ ବାଲି ?


ଚିତା କାଟି ଦେଲେ ଖାଲି
ବଇଷିମ ହୁଅନ୍ତିନି
ୟାଡୁ ସାଡୁ ଲେଖିଦେଲେ ଦିଇ ପଦ
କବିତା ହୁଏନି
ସାତ ତାଳ ଗଭୀରରେ ଦିପୀଦଣ୍ଡି
ସାତ ପ୍ରସ୍ତ ସାଲୁକନା ଭିତରେ ଫରୁଆ..
ତହିଁରେ କଳା ଭଅଁର
ଅହରହ ଜଗିଥିବ ବୁଢ଼ୀ ଅସୁରୁଣୀ
ପାଶେ ତାର ବାରହାତ ଖଣ୍ଡା ଶାଣଦିଆ..
ଭଅଁର ପେଟରେ ଅଛି
କବିତା ର ସୂତ୍ର
ମଗଜ ଥିଲେ ସିନା ରେ
କବିତା ଲେଖିବ
ଆଉ ବୋଲାଇବ ଅମୃତସ୍ୟ ପୁତ୍ର !!

ମୋନାଲିସା
ଲୋଡ଼ା ନାହିଁ କବି ହବା
ଲୋଡ଼ା ନାହିଁ ଚାଲିବା ଶଗଡ ଚକେ
ହାତ ପୁରାଇବା
ଅନ୍ୟ କିଏ ହସୁ କି ନ ହସୁ
ଆପଣା ବିବେକ ଆଗେ
ତଳକୁ ନ ଯିବା...


Promising to come always
In your letters dear
The borrowed beetle
Never makes the lips red
Lovers those cheat
Are seldom relied upon
Lord Jagannath is habitually cheated
It needs a good rain to surface the sands..
Ascetics are not by
Paints on forehead
Sporadic words
Are not treated as poetry
The central pillar is deep in the pond
The casket is covered with seven pieces of satin
Inside it, is the Bumble bee
Watched by the old demoness
Twenty four hours
With a twelve feet sharpened sword
Find the poetic formulae
Write a poem with wisdom dear
And be the child immortal

Monalisa !!
We don't need to be poets
We need not enter into the moving cart
Let others not catch jokes
Let us not come down on our own

No comments:

Post a Comment