Wednesday, 17 May 2017

…...ମନ ମୟୁରୀର ଚନ୍ଦ୍ରିକା...

…...ମନ ମୟୁରୀର ଚନ୍ଦ୍ରିକା....

ପାହାନ୍ତି ପହର ସପନରେ ତମେ
ସାମ୍ରାଜ୍ଞୀ ଥିଲ ଗୋ ରୂପର..
ମଦନ ବିଥିର ମଧୁଛନ୍ଦା ଗୋ
ନନ୍ଦିନୀ ନନ୍ଦନ ବନର ...
ରୂପକଳ୍ପର ମଲ୍ଲିକା...
ଇନ୍ଦ୍ରଧନୁର ରାସ ରଂଗିନୀ
ମନ ମୟୁରୀର ଚନ୍ଦ୍ରିକା..

ସ୍ଵପ୍ନସାଗରର ରସ ତରଙ୍ଗିଣୀ
ରାସ ରଙ୍ଗିଣୀ ନାୟିକା..
ବିଧୁବିଭାଷିଣୀ ବିଦ୍ୟୁଦ୍ବଲ୍ଲରୀ ଗୋ
ଛନ୍ଦା ସ୍ରଗ୍ଧରା ଗାୟିକା..
ମୁଗ୍ଧା ମଉନାବତୀ ଗୋ,
ଭୁବନମୋହିନୀ ବିଶ୍ୱବିଧାତାର
ନିତ୍ୟ ଅପରୂପା କୃତି ଗୋ.....

@rights reserved
BY SATCHIDANANDA MISHRA

No comments:

Post a Comment