Saturday, 6 May 2017

ଅରୁଣ ବରଣ

ଅରୁଣ ବରଣ
ସ୍ୱପ୍ନ ନେଇ ଗୋ
ସୁନ୍ଦର ତମେ ଆସିଥିଲ...
ମୁଜା ଝରକାର
କବାଟ ଫାଙ୍କରେ
ଲୁଗା ଦେଇ ମୁହେଁ କାଶିଥିଲ..
ସୁଦୁ ଖରାବେଳେ, ନିଛାଟିଆ ..
ଆମନ୍ତ୍ରଣ ଦେଇ ଦରଦୀ ବୁକୁର
ଖୋଲି ଦେଇ ଥିଲ ସଖି ହିଆ..

ଅରପିଲ ମନ
ଗୋଲାପୀ ଅଧର
ସଂଅପି ଦେଲ ଗୋ ଯଉବନ
ସୁନେଲି ଭରଷା
ଭରିଥିଲା ଆଶା
ଅନୁଭବିଥିଲ ନିଧୁବନ..
ବୃଷଭାନୁ ଜେମା ସାଜିଥିଲ..
ବଇଁଶୀ ସ୍ଵନରେ
ଚେତନା ହଜେଇ
ଯଶୋଦାନନ୍ଦନେ ଭଜିଥିଲ...

ଯମୁନା କୂଳରେ
ସଙ୍ଗୀନି ମେଳରେ
ହଜେଇଚ କେତେ ସଂଜବୁଡ଼..
ତୁଠ ପଥରରେ
ଚିହ୍ନ ଖୋଜି ଖୋଜି
ସନ୍ତର୍ପଣେ ଖସେଇଛ ଗୋଡ..
ମୁହଁରେ ମାରିଛ ପାଣିଛିଟା..
କଳସୀ କାଖେଇ
ତରବରେ ଚାଲି
ମାଡିଛ ପାଦରେ ମିଛ କଣ୍ଟା...

rights reserved
SACHIDANAND MISHRA

No comments:

Post a Comment