Wednesday, 3 May 2017

ପେଇବ ସଖି ?

ପେଇବ ସଖି ?
ନା ପିଇବ ଟିକିଏ ?
ମନେ ରଖ
ପିଆଲାରେ ଦିଶେ ନାଇଁ କ୍ଷତ ହୃଦୟର
ଆକ୍ଷିରୁ ବୋହିଗଲେ ବି
ଲୁହ ହୋଇ ଦୁଃଖ ସବୁ..
ପାରୁଛ ତା ପିଇ ଯାଅ
ଘୋଟି କରି ଅୟୁତ ଆକାଂକ୍ଷା
ପିଆଅ ବି କିଛି
ନଈ ହେଇ ବହିଗଲେ
ବାନ୍ଧ ନାଇଁ ବନ୍ଧ
ପଚାରିବ ଯଦି
କହିବ ଏ ପାନଶାଳା
ଦେବଦାସ କେଵେଠୁଁ ଆସିନି ।

ଆଃ, ଛାଡ ସଖି
ଢାଳ ଆଉଟିକେ
ଭରି ଦିଅ ଜୀବନର ଏଇ ଅତୃପ୍ତ ପିଆଲା
ଶ୍ରଦ୍ଧାର, ଧୈର୍ଯ୍ୟର ଖବର ପଚାର
କହିବ ତ କୁହ
ପଦଶବ୍ଦ ଶୁଭୁନି କାହିଁକି ଏଠି
ହଜିଯିବା ଖାଲି କିଆଁ ଏଠିକା ବେଭାର
ସ୍ୱପ୍ନର ବାଲିଘର ଆଉ କିଆଁ ଦିଶୁନି ଏଇଠି
ଶୁଭୁନାଇଁ ପିଆଲାର ଟୁଁ ଟାଂ ଶବ୍ଦ
ବାଟ ସବୁ ହଜି ଯାଏ ଏହାର କାନ୍ଥରୁ
ପରଦା ପଡୁନି ଏଠି
ପରଦା ପଛର ଗଳ୍ପ
ଆଉ ସେତେ ଲେଖା ହଉନାଇଁ
ଲେଖିବାବାଲାଙ୍କ ହାତ
ଖୋଜୁ ଅଛି ସ୍ଵଇଚ୍ଛାରେ ବନ୍ଦୀଶାଳା

ଲୁହ ସବୁ ପଙ୍ଗୁ ଏବେ
ହୃଦୟ ସ୍ପନ୍ଦନ
କହିବାରେ ଅସମର୍ଥ
ପରଦାର ଅନ୍ତରାଳେ ନାହିଁ ଆଉ
ସାମର୍ଥ୍ୟର ଅହମିକା
ସମୟ ତ ବଦଳିଛି
ବଦଳିଛି ଭଦ୍ରତାର ଛାୟା
ଆସ ସଖି
ଆସ ନେଇ ଆନନ୍ଦ ଫୁଆରା
ଆସ ସଖି...
ଚାଲିଥାଉ ପାନଶାଳା
ଉପଭୋଗ କରିଯିବା
ଯାହା ଅଛି ଜୀବନଟା ବାକି...

Will you drink a little
Before making me drink ?
Remember
Wounds of the heart
Won't reflect in the cups
Although sorrows do flow down in the form of tears..
O yes
Drink to your fill
Milions of expectations
And make me drink a little..
If they flow down
Don't object.
The parlour will tell you
How long is Devdas absent.

Ah, leave it Sakhi
Pour a little down
Fill this ever insatiable cup of life
Ask if you like
The fact of patience and attachment
Tell if you wish
Why no footsteps are heard any more..
Why everybody is lost here..
Why sand homes are no more built
Why sound if cups are not heard..
All roads are closed at its door
Curtains no more dropped now
Stories behind the scene are not written
Story writers are seen searching a safe heaven.

Rights reserved
BY SACHIDANANDA MISHRA

No comments:

Post a Comment