Wednesday, 17 May 2017

....ବୃନ୍ଦାବନ ର ବନ୍ଦିନୀ....

....ବୃନ୍ଦାବନ ର ବନ୍ଦିନୀ....

ଧାରା ଶ୍ରାବଣର ମହକଭରା ଯେ
ସିନ୍ଦୁର ଫରୁଆ ନେଇ...
ସିନ୍ଦୁରା ଫାଟିନି, ତନ୍ଦ୍ରା କଟିନି
ଆସି ତ ଯାଇଛ ସହି..
ଭିଜା ସକାଳର ଭରସା ଦିଅ ଗୋ
ନନ୍ଦ ନଗରୀର ନନ୍ଦିନୀ..
ଯମୁନା କୁଳର ନିଶିଥ ନାଗରୀ
ବୃନ୍ଦାବନର ବନ୍ଦିନୀ...

ରୁଦ୍ରବୀଣାର ତନ୍ତ୍ରୀଝଙ୍କାରେ
କୋମଳ ନିଷାଦ ତୋଳିଛ..
ମନ୍ଦ୍ରସପ୍ତକରେ ସୁରସଂଳାପନେ
ନିଷିଦ୍ଧ ଆଳାପ କଳିଛ..
କଳକଣ୍ଠିକଳାବତୀ ରେ
କଳିତକଳିକା ବକୁଳମାଳିକା
ନବିନାମଧୁମାଳତୀ ରେ....

@rights reserved
BY SATCHIDANANDA MISHRA

No comments:

Post a Comment