Wednesday, 26 April 2017

ସକାଳ ର ସଅଳ ଆବେଗ

ସକାଳ ର ସଅଳ ଆବେଗ
ସ୍ୱପ୍ନର ଅପହଞ୍ଚ ଇଲାକାଠୁଁ ଅନେକ ଭଲ
ଆହୁରି ଭଲ
ଅନିଶ୍ଚିତ ଭବିଷ୍ୟତ ର ଯୁପକାଠ ଠାରୁ
ସାମ୍ନାରେ ଥିବା
ତିଳତଣ୍ଡୁଳିତ ଖରାର ମହକ
ବିରହୀ ଯକ୍ଷର
ଆତୁର ବିଳାପ ତ କିଛି ନୁହେଁ
ସବୁଠୁଁ ଦୁଃସହ
ଅନାମନ୍ତ୍ରିତ ସମ୍ବେଦନା ର
ଅଫୁରନ୍ତ ଝର....

ତମ ମନ ଟା ଯେ ଗୋଟେ
ଉଧାର ଦାନ ର ବିଧୁରିତ ବିଡମ୍ବନା
ତମେ ଜଣେ ଅନହୁତ ସ୍ମୃତିର ଅବାରିତ ଧାରା
ନିଦାରୁଣ ନିଦାଘର
ପ୍ରିୟ ମିତ୍ର ବିଦଗ୍ଧ ସାହାରା...
ମୋନାଲିସା !
ତମେ ସ୍ୱୟଂ ସ୍ମୃତିର ଅପହଞ୍ଚ ପ୍ରୀତିଝରା...
ଅନାହତ ବଂଶୀସ୍ଵନ
ସୁନା ଶୋରିଷ କ୍ଷେତର  କୁଞ୍ଜବନ...
ଆଉ ମୁଁ
ତପ୍ତ ବୈତରଣୀ ପଥର ପଥିକ
ବିକ୍ଷୁବ୍ଧ ବିପ୍ରଲମ୍ଭ ଗ୍ରସ୍ତ ବାବନା ଭୂତ...

The early upsurge of the morning is far better than the unreachable  arena of dreams
Far more greater is
The scent of the sun in front
Wearing mixture of white and shade
Than the gillotine of ever uncertain future
The pitiable cry of the love lorn Yaksha is nothing
The most unbearable
Is the ever flowing fountain of
Uninvited sympathy

Your feelings are a scorching irony
Of a borrowed gift
You are an ever flowing line of unwanted memorabilia..
Scorched Sahara,
The dearest friend of cruel Summer..
Monalisa
You yourself are an unreachable stream of love
An unheard number in flute
A mangrove of golden field of flowering mustard
When I am a traveller on the path of the hot Vaitarani
And tormented, separated dwarf departed soul.

@koutilyamsachi.blogspot.com
ସଚ୍ଚିଦାନନ୍ଦ ମିଶ୍ର

No comments:

Post a Comment