ଫିଟିବ କବାଟ
ଆକାଶ ଫାଟି ଯାଏନି
ସମ୍ପର୍କର ଯଉ ଘରେ
ନିଆଁ ଯେବେ ଲାଗିଯାଏ
ଭୂମିକମ୍ପ ହୁଏ ନାହିଁ
କବାଟ ଝରକା ଯଦି
ଖୋଲେ ନାଇଁ ସକାଳୁ ସକାଳୁ
ସତ କଥା କହିଦେଲେ
ମୁଖପୃଷ୍ଠା ହିସାବରୁ କଟିଯାଏ ନାଆଁ
ହେଲେ ବି ପଚାରିବିନି
କେମିତିକା ଭଦ୍ରଲୋକ ତମେ ।
ଲେଖିବ ବହୁତ କଥା
ସତ ମିଛ ଯୋଡି
ବଉଦ ଖଣ୍ଡ ଭିତରେ
ଚକମକ ମାରିବ ବିଜୁଳି
ବୁଝ ବା ନ ବୁଝ
ବାଜୁଥିବ ପାଞ୍ଚଜନ୍ୟ
ପଡୁଥିବ ହରିବୋଲ ଆଉ ହୁଳହୁଳି
ପୁଷ୍ପବର୍ଷା ଖେଳୁଥିବ
ଗଗନ ପବନେ
ମହାମାନୀ ଦୁର୍ଯ୍ୟୋଧନ କରୁଥିବେ
ପାଣ୍ଡବଙ୍କ ମହାଳୟା ଶ୍ରାଦ୍ଧ
ମହାଯଜ୍ଞ କପଟ ପାଶାର
ଆଉ ଅସହାୟା ଦ୍ରୌପଦୀଙ୍କ ବସ୍ତ୍ରହରଣ ।
ଧର୍ମକ୍ଷେତ୍ର କୁରୁକ୍ଷେତ୍ର
ପରିଣତ ହେବନାହିଁ ଯବନ ର ଇତିହାସେ
ଅପସଂସ୍କୃତି ର ଫାସେ
ପଶିବନି ଚିତ୍ରଗ୍ରୀବ
ବସିଥାଅ କାନ ପାତି
ଛଦ୍ମବେଶୀ ଲଘୁପତନକ
ଜଗିଥାଅ ବାଟ
କାଟିବ ସୁନାର କ୍ଷେତ
ଫିଟିବ କବାଟ ।
When Lac house of relation catches fire
The sky never crumbles...
If doors and windows delay to open
There is no earth quake..
You are blocked from face book friendship
If you call a spade a spade...
I won't ask you the reason
I won't question your integrity, Gay..
Go on now
Carry on your cock and bull story
Let there be lightning in the dry clouds
Let the croanch Panchjanya blow
Be it's meaning not made out..
Let there be cheering and hooting
Shower of petals may fill the air
Let the great Duryodhana perform the last rites of live Pandavas,
Mahajajnya of treacherous dye
And unclothing of helpless Panchali...
Let Dharmakshetra Kurukshetra not turn into Greek history
Let Chitragriva not be entrapped in pseudo culture..
Sit O Laghupatanaka in disguise with your ears ready
Wait on the path to reap the crop..
As soon as the door opens...
No comments:
Post a Comment