........ଦୁଃସ୍ଥ କରେ ଆବାହନ......
.WELCOME BY THE DESPONDENCE.
କି ଦେଇ ବା ପୁଜିବି ତୁମକୁ
ଆହେ ଗଣପତି...
ଫୁଲବନ ଯାଇଚି ଉଜୁଡି...
କି ଆସନେ ବସାଇ ମୁଁ ଅରଚିବି ପ୍ରଭୁ
ହୃଦବନ ଯାଇଅଛି ପୋଡି...
ନାହିଁ ମୋର ଅଷ୍ଟଦଳ ପଦ୍ମ
ଅବା ଦଶବର୍ଣ ମିଷ୍ଟାନ୍ନ ମୋଦକ
ଆସ ଆହେ ଗଣନାଥ
ଗଣର ମଙ୍ଗଳେ,
ଚତୁର୍ଦିଗେ ଶୁଭେ ଆଜି
ଭୋକ... ଭୋକ.. ଭୋକ ଆଉ ଭୋକ..
ଦୁଃସ୍ଥ କରେ ଆବାହନ
ଉତ୍ତପ୍ତ ଜଠରେ
ସଂଯମ ର ଡୋରି ଭିଡି
ସଂଗ୍ରାମର ପଥେ...
କି ସିଦ୍ଧି ମାଗିବି କହ
କହ ସିଦ୍ଧିପ୍ରଦ
ବୁଭୁକ୍ଷିତ କଣ ବା ନ ଚାହେଁ...
କେତେ ଯେ ମୁମୂକ୍ଷୁ ରକ୍ତେ
ନିତି ତୁମେ ପାଉଚ ଅର୍ଚ୍ଚନା...
ବାହାରେ ବାଜୁଛି ବାଜା
କାରୁଣ୍ୟ ର ମହାମନ୍ତ୍ରେ ତାଳ ଦେଇ
ସବୁ ତ ଶୁଣୁଛ
ସବୁ ଶୁଣ ବଡ କାନ ତମ
କାନ ଆମ ଫାଟିଯାଏ
ମହାଡମ୍ବରେ ପ୍ରଭୁ ବିରାଜିଚ ସିନା...
ଗଣ ମରେ ଛଟ ପଟ ହୋଇ
ଭୋକର ଦାଉରେ...
କହିବୁ କାହାକୁ ହାୟ
ଗଣପତି ବର ଦିଏ ମୋଦକ ଭାଉରେ...
ଆସ ଆହେ ଗଣପତି
ଦେଖିଯାଅ ଥରେ..
ଲାଗିଛି ତାଣ୍ଡବ ନୃତ୍ୟ
ପ୍ରତି ପୂରେ ପ୍ରତିଟି ନଗରେ..
ପୋଡ଼ାରୁଟି ଫାଂକେ ଦେଖ
ଗଣର ବିଭବ...
ଅନାହାର କ୍ଳିଷ୍ଟ କରେ ଆବାହନ ତବ...
What shall I offer you, O Ganapati
In your worship
The flower garden has been destroyed...
What thrown shall I offer you O Lord
The forest of my heart has been burnt into ashes...
I don't have eight petaled lotus
Neither have I ten coloured sweet buds
Come come O master of the mass for their welfare
And listen the call of hunger everywhere..
You are welcome with the empty stomach by the despondence
On the path of battle with the belt of control fastened..
Tell me what success this hungry would beg ...
Come O Ganapati
See in your own eyes at least once..
The dance of Tandava is every where..In each home..In each street..
Witness the wealth of the mass through the hole in the burnt piece of bread
You are welcome O Lord by the foodless and the sorrowful...
©® SACHIDANANDA MISHRA

No comments:
Post a Comment