Tuesday, 15 August 2017

.....ଫେରିବି ଗୋ ମୁଁ ଯେ ଫେରିବି... ..... ONE DAY RETURN I WILL....

.....ଫେରିବି ଗୋ ମୁଁ ଯେ ଫେରିବି...
..... ONE DAY RETURN I WILL....

ଫେରିବ ଗୋ ତମେ ଫେରିବ ନିଶ୍ଚୟ
ଫେରିବି ଗୋ ମୁଁ ଯେ ଫେରିବି...
ଇନ୍ଦ୍ରଧନୁର ମହକ ସାଙ୍ଗରେ
ସପନର ରେଣୁ ବୋଳିବି...

ପାହିଛି ତ ଏବେ ରଜନୀ ସଜନୀ
ଫାଟିଛି ସିନ୍ଦୁରା ଏବେ ଗୋ...
ହଜିନି କପୋଳୁ ଚୁମ୍ବନ ଦାଗ
ଲାଗିଛି ସିନ୍ଦୁର ଜିଭେ ଗୋ...
ଭାଙ୍ଗିନି ଅଳସ ତନୁ ବଲ୍ଲରୀ
ମୁକୁଳିଛି କୁଚ କଳସ...
ବନ୍ଧନୀ ପଡିଛି ଖୋଲା ସୁନ୍ଦରୀ ରେ
ଅଧରୁ ଲିଭିନି ହସ ଗୋ...
ଫିଟିଛି କବରୀ ଖୋଲା କେଶବାସ
ଖୋଲିଚ ଝୁଣ୍ଟିଆ ଆଖିରେ ହରଷ
ସରିନି ରାସ ଯେ ଆସିବି...
ଫେରିବ ଗୋ ତମେ ଫେରିବ ନିଶ୍ଚୟ
ଫେରିବି ଗୋ ମୁଁ ଯେ ଫେରିବି...
ଇନ୍ଦ୍ରଧନୁର ମହକ ସାଙ୍ଗରେ
ସପନର ରେଣୁ ବୋଳିବି...

You will return my Love
One day return I will..
I will besmear you with powder of dream, dear
With the scent of the rainbow I will fill..

The night has not passed off yet dear
The sky is just now azure..
The mark of kissing has not faded on your cheek yet
And my tongue still bears the trace of vermilion from your forehead..
The creeper of your slender body is still under stress
With your pitchers of your breasts lie uncovered..
With the bra still loosened O beauty
Your lips do bear smile intact..
The long hair are untidy and the dress unsettled
The anklet on the floor
Your eyes emanate joy
I will come the lovemaking is not complete..
You will return my Love
One day return I will..
I will besmear you with powder of dream, dear
With the scent of the rainbow I will fill..

© SACHIDANANDA MISHRA

No comments:

Post a Comment