Wednesday, 30 August 2017

.......ସମୟର ତମେ କୃଷ୍ଣଚୁଡା ଗୋ..... ....GULMOHAR OF TIME....

.......ସମୟର ତମେ କୃଷ୍ଣଚୁଡା ଗୋ.....
....GULMOHAR OF TIME....

ସମୟର ତମେ କୃଷ୍ଣଚୁଡା ଗୋ
ସ୍ୱପ୍ନର ସାହାନାଇ...
ରୁଦ୍ରବୀଣା ର ମଧ୍ୟ ସପ୍ତକ
ବୟସର ଅଙ୍ଗଡ଼ାଇ...
ଯୁବା ମନ ମଧୁରିମା ଗୋ..
ମୁଗ୍ଧା ନାୟିକା କୁରଙ୍ଗ ନୟନା
ଯୁବତୀ କୁଳ ଗାରିମା ଗୋ...

ସାଗର ବୁକୁର ଭରା ବୋଇତ ଗୋ
ଚିତ୍ରିତା ଚଇତାଳି...
ପ୍ରଣୟ ବିଧୁରା ରୁଧିର ଅଧରା
ବିସ୍ତାରିତା ଵର୍ଣ୍ଣାଳୀ......
ମନ୍ଦ୍ରା ମଧୁରା ମଧୁପର୍ଣ୍ଣା...
ଅସରା ସପନ ପୂର୍ଣ୍ଣ ସମର୍ପଣ
ନିତ୍ୟନବୀନା ସମ୍ଭାବନା....

You are the Gulmohar of time
The shenai of dream
The middle scale of Rudraveena
And the stretching of the age..
The youthful mind with sweet expectations
The excited doe eyed heroine
And the pride of young beauties..

A full yatch of merchandise in the ocean..
The painted vernal wind
The love lorn red lipped
The wide spread spectrum
You are slow paced sweet petaled honey..
A dream ever incomplete and of full surrender
A possibility ever young and eternal..

©® SACHIDANANDA MISHRA

No comments:

Post a Comment