Tuesday, 15 August 2017

କାଳ କାଳ ଯଶ ରଖି ଗଲା...

A beautiful Parody sort of presentation today, friends. It is a beautuful collection from
WhatsApp and re-organised with suitable alteration and modification. Resisted from posting any original writing today for this.

For this, I beg an apology for my act before the grand memory of Pride of Odisha, Madhubabu..

ତୁମ ପରି ଛୋଟ ପିଲାଟିଏ
ମଦ ଭାଟି ପାଖେ ବୁଲୁଥାଏ...
ମାଗନ୍ତାରେ ମନ ପୁରେ ନାହିଁ ଯେବେ
ଭଙ୍ଗା କାଚ ସବୁ ଚାଟୁଥାଏ....

ମଦନିଶା ଦିନେ ଥିଲା ଚଢି
ମାରି ଦେଇଥିଲା ଦେଶୀ ଖଡି...
ଘରେ ପଶୁ ପଶୁ ବୋଉଟି ତାହାର
ଧରି କଷି ଦେଲା ଦୁଇ ବାଡି....

ନିଶାରେ ଦେଖିଲା ଦେହ ତାର
ବେତ ପାହାରରେ ସରସର...
ତିଳେହେଁ ସେଥିକି ଖାତର ନ କରି
ଭୁଲିଗଲା ସବୁ ନାରଖାର....

ହେଲା ନୂଆଖାଇ ବାସି ବେଳ
ଗାଁ ପିଲା ସବୁ ହେଲେ ମେଳ...
ସାଇ ପଡ଼ିଶାରୁ ଚାନ୍ଦା ଭେଦା କରି
ମେଣ୍ଢା ଛେଳି ସବୁ ହେଲେ ଝୋଳ...

ପଚାରିଲା ସାଙ୍ଗ ଏ କି ହେଲା
ଏତେ ସରି ତୋତେ କିଏ କଲା
ପିଲାଟି କହିଲା ଚଢିଥିଲା ନିଶା
ଭୁଲି ଗଲି ବାଟ ନ ଦିଶିଲା...

ଏହା ଦେଖି ଲୋକେ ହେଲେ କାବା
ଖାପି ଦେଲେ ଯେତେ ଥିଲା ଢାବା
କହିଲେ ଏପରି ପିଆ ଖିଆ କଲେ
ଦୁନିଆରେ ନିଶ୍ଚେ ବଡ ହେବା....

ବଡ଼ ହେଲା ଦିନେ ସେହି ପିଲା
ଘୋଡାମଦୁଆରେ ଗଣି ହେଲା
ଜାହାଜ ବିକିଲା, ଦେଶ ରୁ ଲୁଚିଲା
କାଳ କାଳ ଯଶ ରଖି ଗଲା...

କହିଲା ଲୋକଙ୍କ କାନେ କାନେ
ଉଠିବ ଆଉ ହେ କେତେ ଦିନେ
ମଦ ର ଗୌରବ ମଦ ର ମହିମା
ପଡୁନାହିଁ କିରେ ତମ କାନେ...

ଦେଶୀ ମଦ ସଂଗେ ବିରିୟାନୀ
କୁକୁଡା ଝୋଳ ରେ ଭୂଜା ପାଣି ।
କେତେ ରକମ ର ଚଖଣା ଚଖେଇ
ଦେଶ ଛାଡି ହେଲା କଳାପାଣି.....

By SACHIDANAND MISHRA

No comments:

Post a Comment