Wednesday, 30 August 2017

.....ଫେରିବି ଗୋ ମୁଁ ଯେ ଫେରିବି...2 ..... ONE DAY RETURN I WILL....2

.....ଫେରିବି ଗୋ ମୁଁ ଯେ ଫେରିବି...2
..... ONE DAY RETURN I WILL....2

ଫେରିବ ଗୋ ତମେ ଫେରିବ ନିଶ୍ଚୟ
ଫେରିବି ଗୋ ମୁଁ ଯେ ଫେରିବି...
ଇନ୍ଦ୍ରଧନୁର ମହକ ସାଙ୍ଗରେ
ସପନର ରେଣୁ ବୋଳିବି.

ଫାଟିନି ସିନ୍ଦୁରା, ପାହିନି ରଜନୀ
କାକର ପଡିନି ଘାସରେ
ନିଦଭରା ଆଖି ଫିଟିନି ସୁନ୍ଦରୀ
ନୀବିବନ୍ଧ ନାହିଁ ଫାଶରେ...
ସୁନ୍ଦର ତମେ ଭୁଲିନ ଶର୍ବରୀ
କବରୀ ପଡିଛି ତଳପେ
ବିଛାଡି ପଡିଛି ରଜନିଗନ୍ଧା
ପୀରତି ସରେନି ଗଳପେ...
ସ୍ୱପ୍ନ ସିନ୍ଦୁର ଦେହରେ ତମର
ବୋଳି ଯେ ହୋଇଚି ସାରା ଗୋ
କ୍ଲାନ୍ତି କହୁଚି ଶରୀର ବଲ୍ଲରୀ
ଚିହ୍ନିତା ମଧୁ ଧାରା ଗୋ..
ରହ ରେ ସମୟ ରହି ଯା ରେ ବେଳା
ମୁଗ୍ଧା ମୁକୁତା ଖୋଜିବି..
ଫେରିବ ଗୋ ତମେ ଫେରିବ ନିଶ୍ଚୟ
ଫେରିବି ଗୋ ମୁଁ ଯେ ଫେରିବି...

You will return my Love
One day return I will..
I will besmear you with powder of dream, dear
With the scent of the rainbow I will fill..

The sky is yet to be azure
The night is yet to end..
The dew drops are yet to be crystalized..
Your eyes with sleep are still closed..
And your waist band is still unfastened..
You, my beauty have not forgotten it is night yet
Long hair are are lying on the bed..
The Rajanigandha flowers are spread all across
The lovemaking is not described in words..
Your entire body is painted with loose vermilion of dream
The creeper of of your structure speaks aloud the tiredness..
Streamed with honeyed juice..
Wait O time.. Stop a bit O moments
I have to collect the stray pearls on the floor..
You will return my Love
One day return I will..

©® SACHIDANANDA MISHRA

No comments:

Post a Comment