Wednesday, 30 August 2017

.....ଫେରିବି ଗୋ ମୁଁ ଯେ ଫେରିବି...୩ ..... ONE DAY RETURN I WILL....3

.....ଫେରିବି ଗୋ ମୁଁ ଯେ ଫେରିବି...୩
..... ONE DAY RETURN I WILL....3

ଫେରିବି ଗୋ ମୁଁ ଯେ ଫେରିବି
ସୁନ୍ଦରୀ ତମ ଅଧର ଫାଙ୍କରୁ
ମଧୁ ବିନ୍ଦୁ ହୋଇ ଝରିବି...

ସିନ୍ଦୁରା ଫାଟିନି ପୂରୁବ ଆକାଶେ
ତନ୍ଦ୍ରା କଟିନି ଗାଲରୁ..
ତୁଟିନି ଅଳସ ନୟନରୁ ତମ
ଅରୁଣ ବରଣ କପାଳୁ..
ବିଦାୟ ନେଇନି ଉଷ୍ଣତା କୋଳୁ
ନିଭିନି କଅଁଳ ପରଶ..
ଦୁଧ ଅଳତାର ରଙ୍ଗ ଲିଭିନି
ବୁଣି ନାହିଁ ସୁନା ଶୋରିଷ..
ଫେରିବି ଗୋ ମୁଁ ଯେ ଫେରିବି
ସୁନ୍ଦରୀ ତମ ଅଧର ଫାଙ୍କରୁ
ମଧୁ ବିନ୍ଦୁ ହୋଇ ଝରିବି.....

Return I will my love
I will return
Like drops of honey.
I will flow from your beautiful lips O beautiful.

The eastern sky has not turned azure yet
There is still traces of excitement in your cheeks
Your eyes have still tiredness
The redness from your forehead
Still there is the warmth..
You are deep in the lap of sweet embrace
The color of milk and Redeemer is still everywhere in your body
The golden mustards have not been dispersed..
 Return I will my love
I will return
Like drops of honey.
I will flow from your beautiful lips O beautiful.

©® SACHIDANANDA MISHRA

No comments:

Post a Comment