Wednesday, 26 July 2017

....ହସ ତମ ଆଷାଢ଼ର ଓଳିପାଣି .... ..YOU LAUGHED LIKE RAIN WATER..

....ହସ ତମ ଆଷାଢ଼ର ଓଳିପାଣି ....
..YOU LAUGHED LIKE RAIN WATER..

ପାଇଛି ଚିଠି ତମର, ମୋନାଲିସା
ଖୁସି ଦେଲ ଅସୁମାରୀ
ଲେଖନୀରେ ଭରିଚ ଯେ କୁହୁକ ଅଞ୍ଜନ
ହଁ.. ମିତାକ୍ଷରୀ ତମେ
ସୁଧଖୋର ଲୁବ୍ଧକ ପରି..
ହସ ତମ ଆଷାଢ଼ର ଓଳିପାଣି
ତମେ ଥିଲ ଯମୁନାର ଉଗ୍ର ଉଜାଣି
କେମିତି ଚାଲିଛି ସବୁ
କାଇଁ କିଛି ଲେଖିଲନି ...
ତମେ ତ ଆରମ୍ଭ କଲେ ସରେ ନାଇଁ
ଆଖି ତମ ଆକାଶର ମୁଗ୍ଧ ବିସ୍ତିର୍ଣ୍ଣତା
ଓଠରେ ତ ଲାଗିଥାଏ
ଆମନ୍ତ୍ରଣ ଆଦିମ ଯୁଗର
କହିବାକୁ ଅନୁମତି ଲୋଡ଼ା ନାଇଁ
ଆଃ.. ତମେ ଥିଲ ଛାୟା ଚିର ପ୍ରଶାନ୍ତିର...
ହଁ ଡାକୁଥିଲି ତମ ଡାକ ନାଁ ଧରି..
ବୋଉଙ୍କ ପସନ୍ଦ ଭାରି ମିନୁ ରାଣୀ..
ପୂର୍ଣ୍ଣିମାରେ ଜନ୍ମ, ତେଣୁ ପୁର୍ଣମାସି
କୋମଳାଙ୍ଗି ପ୍ରିୟ ମୋର ପ୍ରିୟା ପୁଷି...
ରାଗୁଥିଲ..
ଖୋଜି ଖୋଜି କଲମ ମୋ ଭାଙ୍ଗୁଥିଲ
ବଡ ବଡ ଆକ୍ଷି କରି ଛଳ ଛଳ
ଆଃ... ତମ ପ୍ରେମ କେତେ ଥିଲା ଅନାବିଳ...

I have received your letter, Monalisa
It is a bunch of joy
You have penned with magic ink
Your writings are always short
Like a greedy interested in interest
You laugh like the rain water falling from roof in June..
You were the wild stream of Yamuna..
You have written nothing  on you..
Once you start it never ends..
You are a pleased spread sheet of the open sky..
Your lips do speak of the invitation of ancient time..
Never waited for permission to speak..
Ah...You were the shade of the open peace..
Yes, I used to call you by your name
Mother called you Minu Rani
Purnamasi.. because you were born in full moon day..
For me, you were Pussi, my love..
You were frequently angry..
You did break my pens
Searching everywhere
With your big eyes moist and dripping
Ah... So pure was your love...

©®SACHIDANANDA MISHRA

No comments:

Post a Comment