Tuesday, 11 July 2017

.....ଖୁସିରେ ମିଳନ୍ତିନି କୃଷ୍ଣ....

.....ଖୁସିରେ ମିଳନ୍ତିନି କୃଷ୍ଣ....

ଲୁଚେଇ ଲୁଚେଇ ଖୀର ପିଅନ୍ତିନି
ଦେଖେଇ ଦେଖନ୍ତିନି ସ୍ୱପ୍ନ..
ନ କାନ୍ଦିଲେ ମାଆ କୋଳେଇ ନିଏନି
ଖୁସିରେ ମିଳନ୍ତିନି କୃଷ୍ଣ....
ରହି ଯାଅ ବନ୍ଧୁ ରହି ଯାଅ..
ବିବେକକୁ ଧୋକା ଦେଇଛ ଜାଣି ବି
ହୃଦୟ ତମର କାନ୍ଦୁନି କାହିଁକି
ଛାତି ଛୁଇଁ ଥରେ କହି ଦିଅ...

ଖାଉଛ ଯାହାର ମାଟିର ମହକ
ପିଉଛ ଯାହାର ଲୋହିତ ରକତ
ସବୁଜିମା ଯାର ଜୀବନ ଜଗାଏ
ପବନ ବଜାଏ ବିଜୟ ସଙ୍ଗୀତ
ଦିଅନି ରେ ତାକୁ ଧୋକା..
ଦେଶ ବିରୁଦ୍ଧରେ ମାତିଚ କାହିଁକି
ବିବେକ ବିକୁଚ ଲଜ୍ଜା ନାହିଁକି ?
ନିଅନି ରେ କେବେ
କୃତଘ୍ନ ହବାର ଠିକା....

Milk is not drunk in secrecy
And our dreams are not exposed
Mother doesn't receive unless the child cries
The Lord is seldom easily approached...
Wait, my friend wait
Knowing well that
You have cheated the soul
Why you are not disturbed
Reveal the reason....

Don't cheat
Who feeds you
Whose blood quenches your thirst
That has kept you alive
Whose air sings your victory song
Your conscience should be honoured
Before you are sold
And are proven ungrateful....

©® SACHIDANANDA MISHRA

No comments:

Post a Comment