Saturday, 1 July 2017

..ପିଆ ପରଶ ରେ ଭୁଲିଲ ସରମ...

..ପିଆ ପରଶ ରେ ଭୁଲିଲ ସରମ...

ସୁନେଲି ପୁଟରେ ଲେଖିଥିଲ ଚିଠି
ଦେଇଥିଲ ସଖି ହାତରେ
ରାଣ ଖାଇଥିଲ ଲୁହ ଦାଗ ଦେଇ
ଭେଟିବାକୁ ଆର ହାଟରେ..
ନ ରହିବ କାଳେ ମନେ..
ସୁନ୍ଦରୀ ମଧୁମଞ୍ଜରୀ ଗୋରୀ
କହିଥିଲ କାନେ କାନେ...

ରୂପ ରାଇଜର ରାଜକୁମାରୀ ଗୋ
ମିଶିଥିଲ ନଈ କୂଳରେ
ଅରପିଲ ତମ କୁଆଁରୀ ମନକୁ
ପରଦେଶୀ ରାଜକୁମାରେ
ଭରସି ତେଜିଲ କୁଣ୍ଠା ଗୋ...
ପିଆ ପରଶ ରେ ଭୁଲିଲ ସରମ
ଦେଖିଥିଲା ନଈ ପଠା ଗୋ....

You wrote the letter in golden ink
And sent it through your friend
You promised to meet at the next market day
With a mark of your tears
Lest it will be forgotten
O beauty , you honeyed flower
You repeated the message..

O princess of the world of beauty
You met on the bank of the river
You had surrendered your maiden heart
Before the prince, the stranger
With courage, you left inhibition
You forgot all niceties  at the touch of the lover
The river bank is the witness..

©®  SACHIDANANDA MISHRA

No comments:

Post a Comment