Tuesday, 11 July 2017

......ପ୍ରେୟସୀ ପ୍ରଣୟ ବନ୍ୟା ଗୋ....

......ପ୍ରେୟସୀ ପ୍ରଣୟ ବନ୍ୟା ଗୋ....

ଗାଧୁଆ ତୁଠରେ ଚିହ୍ନ ଛାଡିଥିଲ
ସାବୁନ ଖୋଳରେ ଲେଖି ଗୋ..
ପ୍ରଣୟ ବାରତା ପଢ଼ିଥିଲି ନେଇ
କଣ୍ଟ ଦେଇଥିଲ ସଖି ଗୋ..
ପାଦ ଘଷା ତୁଠପଥର.....
ଆଖି କଜଳ ରେ ଲେଖି ଛାଡିଥିଲ
ଖୋଲିଥିଲ ମନ ଅଥାର....

ଆସିଥିଲ ସଖି ନିରସ ଜୀବନେ
ମଳୟ ବୁହାଇ ଯତନେ.....
ଭାଙ୍ଗିଥିଲ ମନୁ ସକଳ ଯାତନା
ଲେପିଥିଲ ପ୍ରିତୀ ସପନେ...
ମାନସୀ ଅଳସକନ୍ୟା ଗୋ
ଚନ୍ଦ୍ରିକା ମଧୁଛଂଦିକା ସହି
ପ୍ରେୟସୀ ପ୍ରଣୟ ବନ୍ୟା ଗୋ....

You had left a sign
In the bathing complex
With a note on the soap cover..
You had fixed a time
I read your love message..
You just wrote me with the kohl of your eye
Exposing your mind..

You had come to my lusterless life Sakhi
Blowing vernal breeze
You removed all sorrows
By painting with careful love
My beloved, the girl of slow movement O
You Chandrika with Honeyed gait, my beloved, the flood of love...

©® SACHIDANANDA MISHRA

No comments:

Post a Comment