Wednesday, 28 June 2017

.....ମୁରଲୀଧରଙ୍କୁ ଖୋଜୁଥା... .....SERCH FOR FLUTE HOLDER....

.....ମୁରଲୀଧରଙ୍କୁ ଖୋଜୁଥା...
.....SERCH FOR FLUTE HOLDER....

ଖୁସି ହଉଛୁ କି ପଚାରେ ନିଜକୁ
ମନରେ ଫୁଟୁଚି ଫୁଲ ତ..
ମୁହଁ ରେ କାହାର ହସ ଦେଖିଦେଲେ
ସମ୍ଭାଳୁଛି ନା ତୋ ହାଲତ..
ଦୁଃଖରେ କାହାର ଭାଗିଦାର କେବେ
ହେଇଚୁ କି ନାଇଁ ଜାଣିଚୁ..
ସୁନ୍ଦର ସପନ ସମସ୍ତେ ଦେଖନ୍ତି
ପର ପାଇଁ କେବେ ଭାବିଚୁ ..
ବସନ୍ତ ଆସିଲେ ଅବିର ସଜାଡି
ମୁହଁରେ ସଭିଙ୍କ ବୋଳୁଥା...
ଗୋବିନ୍ଦ ନାଆଁରେ ବଇଁଶୀ ବଜେଇ
ରାଗ ପଦ୍ମତୋଳା ତୋଳୁଥା...
ରମାରମଣଙ୍କୁ ଭଜୁଥା ରେ ବାବୁ
ମୁରଲୀଧରଙ୍କୁ ଖୋଜୁଥା...
ବୁଡିଯିବୁ କେବେ କିଏ ସେ କହିବ
ଧୀରେ ଧୀରେ ଦୀପ ତେଜୁଥା....

Ask yourself
If you are happy
Does your heart bloom ..
Are you at ease
When you see somebody smile
Do you remember a moment
When you shared other's sorrow
Its natural everybody dreams
Have you ever thought for others
Now it is spring
Apply red  to other's face with love
Play the flute in the name of Govind
Let the raaga be Padmatola
Worship Ramaramana and
Search for the flute master
Who can foretell when to sink
Lit the lamp in slow pace..

©® SACHIDANANDA MISHRA

No comments:

Post a Comment