ସେବାର ଜୀବନ୍ତ ମୂର୍ତ୍ତି ସେଇ ଜୀବଟି ବୋଉ...
ପିଲାଙ୍କ ପଛରେ ଗୋଡେଇ ଗୋଡେଇ
ଦିନ ଗଡିଯାଏ ଯାର
ପିଲାଙ୍କ ଚିନ୍ତାରେ ଘାରି ହେଉ ହେଉ
ଆଖିରେ ନ ଆସେ ନିଦ
ଖୁଆଇବା ପାଇଁ ଲାଗି ପଡି ଥାଏ
ସଞ୍ଜ ବୁଡ଼େ ଯାଇ ଖାଉ..
ସ୍ନେହ ଶରଧାର ଜୀଅନ୍ତା ମୁରତି
ସେଇଟି ହଉଚି ବୋଉ...
ସଂସାର ଯାକର ସପନକୁ ଯିଏ
ପାଦରେ ଆଡେଇ ଦିଏ
ପିଲାଙ୍କ ମୁହଁରେ ଢ଼ୋକ ଦବା ପାଇଁ
ଅଧ ଓଳି ଯିଏ ଖାଏ..
ପେଟରେ ଦେଇକି ଓଦାକନା ଖଣ୍ଡେ
ଛୁଆଙ୍କୁ ଖୁଆଉ ଥାଏ
ଜୀବନକୁ ଯିଏ ଜାଳିଦିଏ ସୁଖେ
ଜଗତର ବୋଉ ସିଏ.
ଦାନ ବୀର କର୍ଣ ନୁହଁଇ ସିଏରେ
ଜାଣେନି ନବାର ଅର୍ଥ....
ପରିବାର ପାଇଁ ସ୍ୱାର୍ଥ ତିଆଗେ
ଜୀବନକୁ କରେ ବ୍ୟର୍ଥ...
ଦେଇ ଚାଲିଥାଏ, କେବେ ମାଗେ ନାଇଁ..
ହସେଇ ହସେଇ
ହସିବାକୁ କେବେ ବେଳ ପାଏ ନାଇଁ..
ଦେବାରେ ଆନନ୍ଦ ପାଏ, ଦେଇ ଚାଲିଥାଏ..
ପିଲାଙ୍କୁ ଖୁଆଇ ବାରେ ସୁଖ ଦେଖି ଦେଖି
ପାଟି ମୁଜି ପଡିଥାଏ..
ପିଲାଏ ଝୁଣ୍ଟି ପଡିଲେ
ବୋହି ଯାଏ ଲୁହ ଯାର..
ଅଲୋଡ଼ା ଜୀବଟି ସିଏ
ବୋଉ ନାଆଁ ତାର...
ଖୋଜା ପଡେନି ସେ କେବେ
ବଞ୍ଚିଥିଲା ବେଳେ..
ରକତ ତର୍ପଣ କରେ ଲହୁ ଲୁହ ଢାଳେ..
ଥରେ ଚାଲିଗଲା ପରେ କେବେ ନାଇଁ ଫେରେ
ଦେଇ ଦେଇ ପର ପାଇଁ ଜୀବନଟା ସାରେ
ଆହା ପଦ ଶୁଣିବାକୁ ରହେ ନାଇଁ ଆଉ..
ସେବାର ଜୀବନ୍ତ ମୂର୍ତ୍ତି ସେଇ ଜୀବଟି ବୋଉ...
She spends her life
By caring for her family
While thinking for her children
She forgets her sleep
While feeding
She forgets her own meal
We call her the live statue
We call her Bou. (Mother)
She kicks out her dream
She eats half a meal for her child
She burns her happiness
To warm her battle field
She sings her whole life
To see her kitten coo
She is our mother dear
We call her Bou..
She knows only to give
Receives nothing
Kills her life
To make a cosy swing
She feels pain
When her chic suffers
When her child stumbled
She sheds tears
Suffering she knows only
Forgets to live how..
She is the living Goddess
She is our Bou..
She is never recognized
While alive..
She bleeds her entire life
Never takes leave..
A live example of dedication
She occupies no place in memory..
Waits not for our pity
Never waits to listen us
Saying Mother, sorry.
©®BY SACHIDANANDA MISHRA
ପିଲାଙ୍କ ପଛରେ ଗୋଡେଇ ଗୋଡେଇ
ଦିନ ଗଡିଯାଏ ଯାର
ପିଲାଙ୍କ ଚିନ୍ତାରେ ଘାରି ହେଉ ହେଉ
ଆଖିରେ ନ ଆସେ ନିଦ
ଖୁଆଇବା ପାଇଁ ଲାଗି ପଡି ଥାଏ
ସଞ୍ଜ ବୁଡ଼େ ଯାଇ ଖାଉ..
ସ୍ନେହ ଶରଧାର ଜୀଅନ୍ତା ମୁରତି
ସେଇଟି ହଉଚି ବୋଉ...
ସଂସାର ଯାକର ସପନକୁ ଯିଏ
ପାଦରେ ଆଡେଇ ଦିଏ
ପିଲାଙ୍କ ମୁହଁରେ ଢ଼ୋକ ଦବା ପାଇଁ
ଅଧ ଓଳି ଯିଏ ଖାଏ..
ପେଟରେ ଦେଇକି ଓଦାକନା ଖଣ୍ଡେ
ଛୁଆଙ୍କୁ ଖୁଆଉ ଥାଏ
ଜୀବନକୁ ଯିଏ ଜାଳିଦିଏ ସୁଖେ
ଜଗତର ବୋଉ ସିଏ.
ଦାନ ବୀର କର୍ଣ ନୁହଁଇ ସିଏରେ
ଜାଣେନି ନବାର ଅର୍ଥ....
ପରିବାର ପାଇଁ ସ୍ୱାର୍ଥ ତିଆଗେ
ଜୀବନକୁ କରେ ବ୍ୟର୍ଥ...
ଦେଇ ଚାଲିଥାଏ, କେବେ ମାଗେ ନାଇଁ..
ହସେଇ ହସେଇ
ହସିବାକୁ କେବେ ବେଳ ପାଏ ନାଇଁ..
ଦେବାରେ ଆନନ୍ଦ ପାଏ, ଦେଇ ଚାଲିଥାଏ..
ପିଲାଙ୍କୁ ଖୁଆଇ ବାରେ ସୁଖ ଦେଖି ଦେଖି
ପାଟି ମୁଜି ପଡିଥାଏ..
ପିଲାଏ ଝୁଣ୍ଟି ପଡିଲେ
ବୋହି ଯାଏ ଲୁହ ଯାର..
ଅଲୋଡ଼ା ଜୀବଟି ସିଏ
ବୋଉ ନାଆଁ ତାର...
ଖୋଜା ପଡେନି ସେ କେବେ
ବଞ୍ଚିଥିଲା ବେଳେ..
ରକତ ତର୍ପଣ କରେ ଲହୁ ଲୁହ ଢାଳେ..
ଥରେ ଚାଲିଗଲା ପରେ କେବେ ନାଇଁ ଫେରେ
ଦେଇ ଦେଇ ପର ପାଇଁ ଜୀବନଟା ସାରେ
ଆହା ପଦ ଶୁଣିବାକୁ ରହେ ନାଇଁ ଆଉ..
ସେବାର ଜୀବନ୍ତ ମୂର୍ତ୍ତି ସେଇ ଜୀବଟି ବୋଉ...
She spends her life
By caring for her family
While thinking for her children
She forgets her sleep
While feeding
She forgets her own meal
We call her the live statue
We call her Bou. (Mother)
She kicks out her dream
She eats half a meal for her child
She burns her happiness
To warm her battle field
She sings her whole life
To see her kitten coo
She is our mother dear
We call her Bou..
She knows only to give
Receives nothing
Kills her life
To make a cosy swing
She feels pain
When her chic suffers
When her child stumbled
She sheds tears
Suffering she knows only
Forgets to live how..
She is the living Goddess
She is our Bou..
She is never recognized
While alive..
She bleeds her entire life
Never takes leave..
A live example of dedication
She occupies no place in memory..
Waits not for our pity
Never waits to listen us
Saying Mother, sorry.
©®BY SACHIDANANDA MISHRA
No comments:
Post a Comment