.....ଲୋକେ ତାକୁ କହିବେ କବିତା.....
....IT WILL BE CALLED POETRY...
ଆଷାଢ଼ ଆସିବ ବୋଲି
କେତେ ତମେ ଖୋଜୁଥିଲ
ଭଷା ବଉଦ କୋଳେ
ଖେଳିବାକୁ ଲୁଚକାଳି
ଖରାବେଳେ ବୁହାଇଚ କେତେ ଝାଳ ..
ପହିଲି ବରଷା କାଳେ ମନ ଥଣ୍ଡା କରେ
ତାଜା କରେ ଅତୀତକୁ
ଝିପି ଝିପି ବୁନ୍ଦା ସବୁ
ପୁରୁଣା ସ୍ମୃତି ଗୁଡାକ ଗଦେଇ ହୁଅନ୍ତି
ସୁଖା ପତ୍ର ପରି ବରଗଛ ମୂଳେ
କୁଆପଥର ମାଡରେ ଘିମିରି ଶୁଖିଲା ଭଳି
ତମ ମନ ଉଦାସିଆ ଇନ୍ଦ୍ରଧନୁ ତୋଳେ...
ମୋନାଲିସା !
ସବୁ ସଞ୍ଜବୁଡ଼ ଲାଗେ ସିନା ଏକା ପରି
ତମ ହସ ଭଳି ସେଠି ନ ଥାଏ ଭରସା..
ସବୁ ମେଘ ବରଷେନି
ସବୁ ଝିଅ ଲେଖନ୍ତିନି ଚିଠି ପ୍ରେମମିଶା....
ହସିଦେଲେ ଉଡନ୍ତିନି ପ୍ରଜାପତି
କୁଆ ବୋବେଇଲେ ଚାଳେ
ଶୁଭେ ନାଇଁ ଡାକଵାଲା ଡାକ..
ତମେ କିନ୍ତୁ ମନେ ପଡ ଝିଟିପିଟି ଡାକିଦେଲେ
ସ୍ମୃତି ତମ ଘାଣ୍ଟି ଦିଏ ଯେବେ
ଭୁଲିହୁଏ ସବୁ ଭୋକ ଶୋକ...
ଦିନ ହଜୁ, ଯୁଗ ହଜୁ
ହଜି ଯାଉ ଜୀବନ ଏ ପ୍ରାଣ ପଣିକିଆ
ହଜି ଯାଉ ସବୁ କିଛି
ଯଦି ହଜିବାଟା ସାର କଥା
ନ ହଜୁ ଏ ମଣିଷପଣିଆ...
ପଦେ ହଉ ଅଧେ ହଉ
ଦିସ୍ତା ଦିସ୍ତା କାଗଜ ବି ଲୋଡ଼ା ନାଇଁ
କରିବା ଜରୁରୀ ନାଇଁ ପାଠକକୁ ଆକତା ମାକତା..
ହୃଦୟରୁ ବାହାରିଛି ଉବୁଟୁବୁ କରି
ଆଉ ମନକୁ ଛୁଇଁଲା ଯଦି
ଲୋକେ ତାକୁ କହିବେ କବିତା....
You were so longing
For the first shower of June
How painfully you have sweated
To play hide and seek
Among the floating clouds
First drops of rain cools the heart
Drizzles do freshen the past
The old memories do pile up
Like the dry leaves under the Banyan tree
Your soul does paint rainbow
Like the prickles heal with hailstone.
All the evenings seem alike
But aren't trusted like your smiles
All clouds don't pour down
And all girls don't write love notes
Butterflies don't fly at their giggles
Caw of a crow on roof
Is never followed by the call of the postman
When the lizard hoots
You come to mind
Your memory haunts
To relieve of all worries..
Let days pass by
And let epochs pass
Let us miss the life with all accounts
If missing is destined
Let's miss everything
Save the humanity and all its values.
Let's write a few words only
Leave bundles of paper
Let the be reader be spared..
If your words do flow from your heart..
And touch the the sentiment
It will be called poetry...
©® SACHIDANANDA MISHRA
....IT WILL BE CALLED POETRY...
ଆଷାଢ଼ ଆସିବ ବୋଲି
କେତେ ତମେ ଖୋଜୁଥିଲ
ଭଷା ବଉଦ କୋଳେ
ଖେଳିବାକୁ ଲୁଚକାଳି
ଖରାବେଳେ ବୁହାଇଚ କେତେ ଝାଳ ..
ପହିଲି ବରଷା କାଳେ ମନ ଥଣ୍ଡା କରେ
ତାଜା କରେ ଅତୀତକୁ
ଝିପି ଝିପି ବୁନ୍ଦା ସବୁ
ପୁରୁଣା ସ୍ମୃତି ଗୁଡାକ ଗଦେଇ ହୁଅନ୍ତି
ସୁଖା ପତ୍ର ପରି ବରଗଛ ମୂଳେ
କୁଆପଥର ମାଡରେ ଘିମିରି ଶୁଖିଲା ଭଳି
ତମ ମନ ଉଦାସିଆ ଇନ୍ଦ୍ରଧନୁ ତୋଳେ...
ମୋନାଲିସା !
ସବୁ ସଞ୍ଜବୁଡ଼ ଲାଗେ ସିନା ଏକା ପରି
ତମ ହସ ଭଳି ସେଠି ନ ଥାଏ ଭରସା..
ସବୁ ମେଘ ବରଷେନି
ସବୁ ଝିଅ ଲେଖନ୍ତିନି ଚିଠି ପ୍ରେମମିଶା....
ହସିଦେଲେ ଉଡନ୍ତିନି ପ୍ରଜାପତି
କୁଆ ବୋବେଇଲେ ଚାଳେ
ଶୁଭେ ନାଇଁ ଡାକଵାଲା ଡାକ..
ତମେ କିନ୍ତୁ ମନେ ପଡ ଝିଟିପିଟି ଡାକିଦେଲେ
ସ୍ମୃତି ତମ ଘାଣ୍ଟି ଦିଏ ଯେବେ
ଭୁଲିହୁଏ ସବୁ ଭୋକ ଶୋକ...
ଦିନ ହଜୁ, ଯୁଗ ହଜୁ
ହଜି ଯାଉ ଜୀବନ ଏ ପ୍ରାଣ ପଣିକିଆ
ହଜି ଯାଉ ସବୁ କିଛି
ଯଦି ହଜିବାଟା ସାର କଥା
ନ ହଜୁ ଏ ମଣିଷପଣିଆ...
ପଦେ ହଉ ଅଧେ ହଉ
ଦିସ୍ତା ଦିସ୍ତା କାଗଜ ବି ଲୋଡ଼ା ନାଇଁ
କରିବା ଜରୁରୀ ନାଇଁ ପାଠକକୁ ଆକତା ମାକତା..
ହୃଦୟରୁ ବାହାରିଛି ଉବୁଟୁବୁ କରି
ଆଉ ମନକୁ ଛୁଇଁଲା ଯଦି
ଲୋକେ ତାକୁ କହିବେ କବିତା....
You were so longing
For the first shower of June
How painfully you have sweated
To play hide and seek
Among the floating clouds
First drops of rain cools the heart
Drizzles do freshen the past
The old memories do pile up
Like the dry leaves under the Banyan tree
Your soul does paint rainbow
Like the prickles heal with hailstone.
All the evenings seem alike
But aren't trusted like your smiles
All clouds don't pour down
And all girls don't write love notes
Butterflies don't fly at their giggles
Caw of a crow on roof
Is never followed by the call of the postman
When the lizard hoots
You come to mind
Your memory haunts
To relieve of all worries..
Let days pass by
And let epochs pass
Let us miss the life with all accounts
If missing is destined
Let's miss everything
Save the humanity and all its values.
Let's write a few words only
Leave bundles of paper
Let the be reader be spared..
If your words do flow from your heart..
And touch the the sentiment
It will be called poetry...
©® SACHIDANANDA MISHRA
No comments:
Post a Comment