Tuesday, 10 October 2017

......ଧରି ଥାଆ ମଙ୍ଗ ମୋଡି ରେ.... ୨ JUST KEEP HOLD ON THE STERN..2

......ଧରି ଥାଆ ମଙ୍ଗ ମୋଡି ରେ.... ୨
JUST KEEP HOLD ON THE STERN..2

ରୂପ ରଙ୍ଗ ସବୁ ଆଉ
ନ ଦେଖ ରେ ବାଇମନ
ବେଳ ତ ଯାଉଛି ଗଡି....
ଚେହେରା ତଳେ ତୋ  ରସରଙ୍ଗାଧର
ଧରି ଥାଆ ମଙ୍ଗ ମୋଡି...

ରୂପକୁ ଖୋଜୁଚୁ ଚମଡା ନିଖାରି
ଉଖାରୁ କେତେ ତୁ ମନ..
ଦେଖୁଚୁ କଖାରୁ ବାଛୁଚୁ ମାଣିକ
ରଖିବୁ କାହାର ମାନ...
ସବୁ ଶାମୁକାରେ ମୋତି ମିଳେନି ରେ
ସବୁଠି ମିଳେନି ସାଙ୍ଗ...
ପରମାନନ୍ଦଙ୍କ ଦେଖା ତ ମିଳେନି
ପିଇଲେ ଗଂଜେଇ ଭାଙ୍ଗ...
ପରମ ପଦକୁ ପାଇବୁ ଯଦିରେ
ନାଇଁ ରେ ନ ବଢା ଦାଢ଼ି ରେ......
ଚେହେରା ତଳେ ତୋ  ରସରଙ୍ଗାଧର
ଧରି ଥାଆ ମଙ୍ଗ ମୋଡି ରେ....

Don't look at the figure and the colour
O my dear, Time is on the run...
The Lord of the beauty, the red lipped one is inside you
Just keep hold on the stern..

You are finding the form
By dissecting your skin
Don't peep into your mental peace....
You are searching for the Ruby in the stack of pumpkins
Whom will you do justice.....
Pearls you won't find in every oyster
Friends in every soul....
By drinking marijuana leaves
You won't reach the Almighty whole.....
No..Never grow a long beard
If you want salvation......
The Lord of the beauty, the red lipped one is inside you
Just keep hold on the stern.....

©® SACHIDANANDA MISHRA

No comments:

Post a Comment