ସୁନ୍ଦର ତୃପ୍ତିର ଅସରା ସପନ
ଖୋଜିଲି ଗୋ କେତେ ଖୋଜିଲି....
ପ୍ରିୟା ପରଶର ପହିଲି ପୁଲକେ
ହଜିଲି ରେ ସଖି ହଜିଲି.....
.....Monalisa--66
କବିତା ନୁହେଁ ଏ ହୃଦୟ ନିଗିଡା
କୋମଳ ତନ୍ତ୍ରୀର ଝଙ୍କାର ଗୋ....
ପହିଲି ପରଶ ଭିଜା ମାଟି ଗନ୍ଧ
ପହିଲି ପ୍ରେମର ସ୍ଵାକ୍ଷର ଗୋ...
This is not mere poetry, Monalisa
Essence of my heart,
The tuning of the softest string it is...
The scent of the soil
Drenched in the feelings of your first touch
And the signature of my first love it is......
... ... ..ମୋନାଲିସା--64
ଅଳପ ଦେଖା ରେ ମୋହି ଦେଲ ସଖି
ଅମାନିଆ ମନ ବୁଝେନି....
ଚାଲିଗଲ କାହିଁ କହିଲନି ପଦେ
ଖୋଜିଲା ବଳଦ ହଜେନି....
ବୁଝିଲନି ଯଦି ହୃଦୟ ବେଦନା
ଦେଖେଇଲ କିଆଁ ସପନ...
ଅନ୍ଧ ରାଇଜରେ ଫସଲ କାଟୁଛି
କି ଜାଣେ କି ଚିଜ ଦର୍ପଣ .....
You enchanted me with a little charm, Sakhi
My mind is obstinate to accept it....
You deserted me without a word
Looking for you, my missed opportunity....
Feelings of the heart is seldom understood
I was lost in your dream....
To wander in the woods of blindness
Is the last resort, Monalisa, you are supreme...
ମୋନାଲିସା--65
କବିତା ପୃଷ୍ଠାରେ ପାଇବନି ବନ୍ଧୁ
ନ ଥିବି ମନର ଖାତା ରେ...
ଶ୍ରଦ୍ଧା ସୁମନ ହାତେ ଧରି ଥିବି
ସେନେହ ହୃଦୟ ହତାରେ...
You won't get me in the pages of poetry
Neither I will be in your notebook entry....
Try me if you have will and time, Monalisa
With a bouquet of roses in my hand
Find me at the gate as a sentry......
ମୋନାଲିସା--63
ସମ୍ପର୍କଟା ଖେଳଘର ନୁହେଁ
ନୁହେଁ ଅବା ଖିଆଲ କଣ୍ଢେଇ
ଚାହିଁବ ତ ଭାଙ୍ଗିଦଵ
ଚାହିଁବ ତ ଫିଙ୍ଗିଦଵ ହସରେ ଉଡେଇ
ସେମିତି ତ ରହିଗଲି ଅପାର୍ଥିବ
ତମ ପାଇଁ ଅସମର୍ଥ ମୋନାଲିସା
ଗାଉଥିଲି, ଗାଉଥିବି
ସେହିପରି ଅନର୍ଗଳ ପ୍ରଣୟ ଚାଳିଶା....
Relationship is not a play thing
Neither it is doll for whims...
That can be destroyed
Or, can be thrown away in jest...
Unfit for your love, Monalisa
Unworthy I remained for ever......
Let me sing as I was
In honour of your sweet memory
And undisturbed and continuous favor....
Monalisa--62
ଏଡ଼େ ବଡ଼ ଆକାଶଟା ଗୁମସୁମ
ଫୁଲ ସବୁ ଫୁଟିବାର ଧରୁ ନାହାନ୍ତି ନାଆଁ...
ସେଇ ଯାହା ଗଲ ଚାଲି ମୁଣ୍ଡରେ ମୋ ବୁଲେଇକି ହାତ
ମନରେ ମୋ ଅକୁଳାଣ ଆଶା ଇନ୍ଦ୍ରଧନୁ
ଆଉ ତମ ପାଇଁ ଅପେକ୍ଷାର ଡେଣା କଅଁଳିଆ ....
ଜଗିଛି ମୁଁ, ଜଗିଥିବି
ଯେତେ ଡେରି ହଉ ପଛେ
ଦେଖିବାକୁ ତମର ସେ କୁହୁକ ହସରୁ ଖିଏ...
ମନ ମୋର ମାନିଯିବ
ତମ ରାଣ ସଖି,
କହିଦିଅ ମୋନାଲିସା ଅଭିମାନ ଇଏ......
Such a big sky is silent
The flowers have forgotten to bloom somehow...
You went away saying a few words in my ear
My mind is filled with the colors
And the waiting for you is ever young now.......
I will watch for your welcome
And I am doing it now
To see the flash of your magic smile......
I will believe, I swear sakhi
Simply tell me please
This is your sulking style......
©® Sachidananda Mishra....
.. .. .... .. Monalisa-61. .. ... ...
ସ୍ବପ୍ନ ଦେଖିବାକୁ ତମେ କହିଲ କାହିଁକି ସଖି
ଦେଖେଇଲ ହାତ ଧରି ନିଷିଦ୍ଧ ଇଲାକା......
ଗଲ ଚାଲି ଆଶ୍ୱିନର ଶେଷ ହସ ପରି
ତମ ପାଇଁ ମୋନାଲିସା କରୁଛି ଅପେକ୍ଷା....
It was you who cajoled me to dream
You guided me to the forbidden territory....
You have gone now like the last smile of August
For you Monalisa, only for you, I swear
I am waiting deep inside your memory.....
.. .. .... .. Monalisa-60. .. ... ...
ମୁହଁ ଖୋଲି ନ କହିବା ଅର୍ଥ
ଘୃଣା ନୁହଁ
ଆଖିରେ ମିଶିନି ଆଖି
କହିବିନି ଭଲ ପାଉନାହଁ....
ଲେଖୁଚି ମୁଁ ଖାଲି ତମ ପାଇଁ,
ପାଇବାକୁ ଟିକେ ଜାଗା
ବିସ୍ତୀର୍ଣ୍ଣ ହୃଦୟରେ ତମ....
ପଲକ ଉଠେଇ ଥରେ, ଦେଖ ସଖି
ଅପେକ୍ଷାରେ ଚିରନ୍ତନୀ
ତମ ପାଇଁ ପ୍ରେମ......
It is not hatred
That you never told me in word....
Our eyes haven't been locked
Won't say, you don't love me O Lord......
I do write only for you,
To carve out
a little space in your wide heart....
Raise your eye lids,
a little, Monalisa,
It's intense yearning for you,
For ever in wait.....
.... .... ... Monalisa-59
ବୟସର ମଧୁଛନ୍ଦା ଗୋ ତମେ
ସପନ ନାୟିକା ସଖି...
ସୁନ୍ଦରୀ ତମ ରୂପ ସମ୍ଭାରରେ
ଯାଇଛି ମୋ ମନ ଲାଖି...
You are the bee hive of freshness, sakhi
You are my heroine of dream....
Your beauty is the treasure
My mind is stuck, Monalisa
You are the charm Maxim.....
ଝରା ଶେଫାଳିର ସ୍ବପ୍ନ ତମେ ଗୋ
ତମେ ହିଁ ଭରସା ଝର....
ଆଖି ତ ତମର ଭରା ପାରାବାର
ସ୍ନିଗ୍ଧ ଶରଧା ଘର....
You are my dream with
the fallen petals of sefali
You are the fountain of my reliance.....
Your eyes are
the tides of the deep ocean, dearest
My shelter under your lovely resilience.....
.... .... ... Monalisa-58
ମନ ସିନା ବୁଝେ ହୃଦୟର କଥା
ପଥର ବୁଝିବ କାହୁଁ...
ଖେଳିବା ଟା ସାର ବାଟ ସରିବନି
ବେଳ ଯିବ ଚାହୁଁ ଚାହୁଁ...
Your feelings only
can listen to the heart throbs,
It is not the thing for a stone.....
You will meet the sea of uncertainty
If you try hard,
the path will stay uncovered,
Time will, no doubt, run......
Monalisa--57
ଜୀବନ ଟା ରଂଗହୀନ କେବେ ନୁହେଁ ସଖି
ସୁନ୍ଦର ବଞ୍ଚିବାର ଇଏ ଏକ ଭିନ୍ନ ପରିଭାଷା...
ତମେ ହିଁ ସୁଖ ର ରାହା
ଯଦି ତମେ ମାନିନିଅ ଧ୍ରୁବତାରା ମୋ ପାଇଁ ଗୋ
ତମେ ଆକାଂକ୍ଷା ମୋର ତମେ ହିଁ ମୋ ଆଶା...
Life is not colorless
It is another way, Sakhi
To live the life in style....
Only you are the source of all that is happiness
If you agree you are my pole star
And you are my expectations, hopefully.....
©® Sachidananda Mishra...
.. .. ... ....Monalisa - - 56
ଲୁହଭିଜା ଶବ୍ଦ ଛୁଏଁ ହୃଦୟକୁ
ଲୁହ କରି ଦିଏ ଓଦା ଗୋ...
ଅଭିସାରିକା ସେ ପୁଣ୍ୟ ପ୍ରସୁନ
କନକ ପ୍ରତିମା ଶ୍ରଦ୍ଧା ଗୋ...
ଜୀବନ ଟା ଗୋଟେ ଉଜାଣି ଯମୁନା
ଯମୁନା ଯନ୍ତ୍ରଣା ନୁହେଁ ଗୋ...
ନାୟିକା ହିଁ ସିଏ ହସି ହସି ଯିଏ
ସଖି ରେ ନଉକା ବାହେ ଗୋ....
Words drenched in tears
do soak the heart to its innermost cores...
Thou art the purest idol of gold, Monalisa
Flower of love, the damsel on rendezvous...
The life may be a Yamuna in flash
But, the Yamuna is not pain....
She is the real heroine
Who with a smile does row up
with smile in her mane......
.... ... Monalisa --55
ସକାଳ ଆସେ ମୋ ତମରି ନାଆଁରେ
ଆଖି ଖୋଲି ଖୋଜେ ତମକୁ...
କୁଆ ଆଜିକାଲି ପାହାନ୍ତି ପହରୁ
ଡାକୁନି, ଖୋଜିବି କାହାକୁ.....
ଓଦା ସରବର ଝାଡୁନାହଁ ବାଳ
ଆଖିରେ ପଡୁନି ଛିଟା ଗୋ....
ନିଦ ଭାଙ୍ଗୁନି ତୋ ବାହୁ ବେଷ୍ଟନୀରେ
ଓଠ ଲାଗୁନାଇଁ ମିଠା ଗୋ.....
Morning does come with your name, Sakhi
I miss you when my eyes open...
The crow is not cawing in the early morning
I am searching the usual morn.....
Flushing your long wet hair on my closed eyes
Is long gone, I miss the cool splashes....
Waking in your arms is a memory, Monalisa
My lips do miss your sweet kisses......
©® Sachi, Only yours.....
Monakusa--- 54
ଅଭିମାନ ତମ ସଖି
ସୌନ୍ଦର୍ଯ୍ୟର ପରାକାଷ୍ଠା
ଭୁଲିବିନି ତମକୁ ମୁଁ
ପ୍ରାଣ ପଛେ ଯାଉ ମୋର ଚାଲି......
ମିଛ ରାଗ ନାକ ଆଗେ ରଖିଥାଅ
ତମ ରାଣ, ହସି ଦବ
ଛୁଇଁବାକୁ ଦିଅ ଥରେ ଖାଲି.....
When you sulk, Monalisa
You are the beauty incarnate,
Don't think it will be a strong deterrent.....
Give me chance to touch your nose tip
I swear you will change,
The thought of your eyes, i can't resist,
are the strongest current........
ଏତେ କଥା ଲେଖିଗଲି ସବୁ
ହୃଦୟକୁ ଖୋଲି ଦେଲି କୁଣ୍ଠା ନ କରି....
ପଢ଼ିନ ଏ ଯାଏ କିଛି
କେମିତି କହିଲ ସଖି,
ପ୍ରାଣ ମୋର ହଉଚି ବିଦାରି....
I wrote so much
Opening up my heart to you.....
My heart is churning inside
Strange, you haven't seen the hue.....
ହଁ, ଜାଣିଥିଲି ଜିଦଖୋର ବୋଲି,
କଷ୍ଟ ଦେଲେ ଖୁସି ହୁଅ ବୋଲି....
ଏମିତି ଯେ ଚୁପଚାପ
ରହିପାର ଅନନ୍ତତା ଜାକେ
ଭାରି ଇୟେ,
ଷଣ୍ଢ ଗୋଟେ କହିବାକୁ ମନ ଖୋଲି......
Yes, I knew you are stubborn a bit
And rejoice by torturing me...
You are so cute, Monalisa
You can keep silence so long
Really a bull to say a -hi-.........
.. ... .... Monalisa -52.. .. ...
ସୁନ୍ଦରୀଙ୍କୁ ମାନଭଙ୍ଗ
ଭାଗ୍ୟରେ ଥିଲେ ହିଁ ମିଳେ
ତମ ଅନୁରାଗ ଅଟେ ସରଗଠୁଁ ବଳି ....
ସୁନ୍ଦର ତମ କ୍ରୋଧ, ମୋନାଲିସା
ଅଭିମାନ ଆହୁରି ସୁନ୍ଦର
ସୁନ୍ଦର ଆଶୀର୍ବାଦ ତମ ପଦଧୂଳି...
It is sheer luck, Monalisa,
to flirt a damsel with a glance of warmth
Being attached to you is taller than heaven.....
Your anger is full of spirit, Monalisa
You marvel when you sulk
The dust of your feet is the blessings, proven.....
.. .. .. Monalisa-51
ଡର ଥିଲା ତମ ସୌନ୍ଦର୍ଯ୍ୟ କୁ ସଖି,
ଅସରନ୍ତି ଶୋଷ ଯଦି ମେଣ୍ଟେ ନାହିଁ ସଂସାରରେ
ତେବେ ସିଏ ଥିଲା ତମ ହସ.......
ଦିହସୁହା ହେଇଥିଲା ପୀଡନ ପ୍ରକାର ତମ
କିଏ ଜାଣିଥିଲା
ତମ ନୀରବତା ଦିନେ ହବ ବିଷ.......
I was afraid of your beauty, Monalisa
Ever unquenched
was the thirst of your smile.....
Your style of torture I was accostumed to,
I never knew
your silence would one day kill....
©® Sachi,
Only yours..
ଉତ୍ତପ୍ତ ନିଦାଘ ଯଦି ଭଳି କ୍ଲାନ୍ତ ଅପରାହ୍ନ ମୁଁ ଗୋ
ତମେ ସଖି ଶାନ୍ତ ଏକ ତୃପ୍ତ ମରୁଦ୍ୟାନ
ତୃଷାର୍ତ୍ତ ପାଇଁ ଯେ ସୁଶୀତଳ ଜଳାଶୟ.....
ହସ ତମ ଅମୃତ ମଣୋହୀ
କ୍ଲାନ୍ତ ଶ୍ରାନ୍ତ ପଥଚାରି ପାଇଁ,
ଆଉ, ଆହତେ ଯନ୍ତ୍ରଣାସିକ୍ତେ
ତମେ ସଖି ପୃକ୍ତ ନିରାମୟ....
To the scorched caravan,
you are an oasis, Sakhi
To the thirst you are cool waterfront....
Your smile is the panacea
for the tired and troubled soul
You are nightingale to the wounded and hurt....
ପ୍ରେମ ପଥର ଖୋଲ ନୁହେଁ
କି ଛାତିର ତିଖ ପାହାଡ଼...
ପିଛିଳ ରାସ୍ତାର କନ୍ଧି ନୁହେଁ
ଯଦି କିଛି
ତେବେ ମୁଠାଏ ବିଶ୍ୱାସ
My vow to be loyal to you
Will be steadily intoned....
..Monalisa-48..
ଭଲ ପାଉନାହଁ ଯଦି ସ୍ୱାଗତ ତମକୁ ସଖି
ଭୁଲିବାକୁ କହନି କହନି,
ମୋ ପାଇଁ ତମେ ତ ଗୋଟେ ଅମୃତ ଝରଣା....
ଶୁଭେଛା ଜଣେଇବାଟା ମାଧ୍ୟମ ସିନା ଖାଲି
ଜିଇବାଟା ଜୀବନକୁ,
ଭୁଲିବା ତମକୁ ହବ ଇପ୍ସିତ ଆତ୍ମହତ୍ୟା...
Don't tell me to forget you, pl
Welcome, if you don't like me
For me, you are the source of ambrosia....
Wishing you morning and evening
Is my only meaning of life,
To forget you will be euthanasia......
ନାରୀ ଦେହ ପଣ୍ୟ ନୁହେଁ
ନୁହେଁ ତୁମେ ଭୋଗ୍ୟା ଖାଲି, ବନ୍ଧୁ...
ନୁହେଁ ତୁମେ ନିକାଂଚନ ଶେଯ ସାଥି
ନୁହଁ ତୁମେ କୋମଳ ଅପାଙ୍ଗ.....
ରାତ୍ରିର ହିସାବ ନୁହଁ ତମ ପାଇଁ ସଖି
ନୁହଁ ତମେ ଚରିତ୍ର ପଞ୍ଜିକା...
ଯୌବନର ସ୍ରୋତସ୍ୱିନୀ ତମ ଓଠ ନୁହେଁ
ତମେ ନୁହଁ ପ୍ରଣୟର ଶୁପ୍ତ ସଂକୀର୍ଣ୍ଣତା...
ତମେ ସଖି ରୂପକନ୍ୟା
ତମ ପ୍ରେମ ଅନଳର ଦୃପ୍ତ ଲେଲିହାନ...
ତମକୁ ମୁଁ କହିପାରେ ଶତାବ୍ଦୀର ପ୍ରଶ୍ନ ପ୍ରିୟେ
ତମେ ହୋଇପାର ଅବା ସତ୍ୟର ଆହ୍ୱାନ...
Body of the woman is not a subject to barter
You are not, my friend, simply an object of joy....
You aren't the partner of privacy
Neither you are the out corner of an eye....
The night may not be accounted for
in your page, Monalisa
Neither are you the character role......
Your lips are far more
Than the streamlet of youthfulness
Nor you are the hidden strait of eternal love....
Your smile is everything for me
Your words are the ticket to heaven...
To say, "love you, Manasi"
I want to live a century more
And wish you every now and then......
Monalisa-47
ଯନ୍ତ୍ରଣାର ଅନ୍ୟ ନାମ ପ୍ରେମ, ସଖି
ଯାତନା ର ଅନ୍ୟ ନାମ ପ୍ରିତୀ......
ହୃଦୟର ସ୍ପନ୍ଦନ, ଯାହା ସବୁ ପ୍ରତିକ୍ଷଣେ ଶୁଭେ
ସେଇ ହିଁ ଆଖିର ଭାଷା
ସେଇ ଅଟେ ପ୍ରଣୟର ଗୀତି.....
The other name of pain is love, Sakhi
Torture is known as soft intimacy......
Throbs of the heart
That is heard every moment
is the language of eyes
and that is the music of sweet feelings.....
Monalisa-48
ନୀରବତା ତମ ପାଇଁ ନୂଆ ନୁହେଁ
ତମେ ସଖି ପାଉଁଶ ତଳର ନିଆଁ....
ପଦେ ଖାଲି କହି ଦିଅ
ମରୁରେ ବି ବହିଯିବ ଅମୃତର ବନ୍ୟା
ଆଉ ପୋଡା ଗଛେ କଁଅଳିବ କୁଆଁ.......
You are not a stranger to silence
You,my dear,
is the fire under the heap of ash......
Simply tell me a word, please
There will be a flood on the desert
and burnt log of wood
will bear shoots of life in a flash....
मुहब्बत अगर बार बार न हो
तो क्या मुहब्बत है...
जिंदगी में अगर एक बार भी मिली तुम
तो बस, क्या बात है....
ସନ୍ଧ୍ୟା ଏଠି କଳାପଟା ଗୋଟେ
ରହି ରହି ଶୁଭେ ସାହାନାଇ ତମ ଅଭାବର....
ବଂଚିବାଟା ଖାଲି ଏକ ବାଧ୍ୟ ବାଧ୍ୟକତା ସିନା
ସକାଳ ଆସିଲେ ସଖି ତମେ ମନେ ପଡ଼.....
The evening is a black board here
Shehnai is heard of your absence....
Living is nothing
but a boring compulsion
And you come to mind
when morning comes......
क्यों इतनी असहज हो तुम
लब्जों से तुम्हें क्या तकलीफ है....
हाँ या नहीं में बड़ी ताकत है मोनालिसा
चलो, तेरी खामोशी मंजूर है......
Why are you so uneasy always
What is the trouble in words with you.....
The words of yes or no
are so powerful, Monalisa
It's ok, for your silence I adore you....
ସୁରୁଜ ହାତରେ ମୁରୁଜ ପଡିଲେ
ତମକୁ ମୁଁ କିଆଁ ଖୋଜେ...
ମନର ଝରକା ନ ଫିଟିଲେ ସଖି
ବୁଦ୍ଧି ମୋର କିଆଁ ହଜେ....
Why are you remembered
When the Sun opens up its tapestry.....
With your silence, my love
Why I lose my wit.....
କେତେବେଳେ କେମିତି ବି
କହିଦିଅ ଥରେ ହେଲେ
ରାଗୁଚ କି ନାଇଁ
ନୀରବ ରେ ସୁନ୍ଦର
ଆହୁରି ଲାଗୁଛ ତମେ ଗୋ.....
Find a little time to tell at least once
if you are cross ever....
Silence makes you more irresistible
You kill me but leave me never....
ବୟସର ସାୟାହ୍ନରେ
ଏମିତି ବି ଖୋଜି ହୁଏ
ସାଥି ତତେ ପୋଥି ପତରରେ.......
ବିଦାୟ ଘଣ୍ଟି ଶୁଭେ ରହି ରହି
ଆସିବ ଯେ କହିଥିଲ, ମୋନାଲିସା
ସବା ଆଗେ ଧାଡିରେ ମୁଁ ଅଛି ସଖି,
ଅପେକ୍ଷାର ଲମ୍ବା ଛତରରେ......
This is the way to search you
in the late age
Among the books and their pages....
The bell of good bye rings,
you had assured to come, Monalisa
I do head the line of the long waiting
In the free mass of your sweet gazes....
ଶୁଭ ରାତ୍ରି ବୋଲି କହିବାକୁ ସଖି
ହଉନାହିଁ ମୋଟେ ଇଚ୍ଛା ଗୋ....
ନ କହ ପଛକେ ପଦୁଟିଏ କଥା
ହୃଦୟ ହଉନି ତୁଚ୍ଛା ଗୋ.....
ଭଲ ପାଇବାଟା ଶସ୍ତା ନୁହଁ ସଖି
ନ କହିଲେ ନାଇଁ କଥା ଗୋ...
ଲେଖିଦେଲେ ପଦେ ମନ ଖୋଲି କରି
ମନୁ ଛାଡିଯାଏ ବଥା ଗୋ...
କଲମ ନୁହେଁ ସେ ହୃଦୟ ପାଖୁଡା
ରହିବ କେମିତି କହ ଗୋ...
ମାନିବ କେମିତି ମନର କବିତା
କହିବ ପ୍ରିୟକୁ ରହ ଗୋ...
ଭଲ ପାଏ କହିବାକୁ
ସୁନ୍ଦର ଅନୁଭବ, ସଖି
ନ କୁହ ଶବ୍ଦଟେ ପଛେ
ଅଭିମାନ କରିବିନି କେବେ...
କେତେବେକେ କେମିତି ବି
କହିଦିଅ ଥରେ ହେଲେ
ରାଗୁଚ କି ନାଇଁ
ନୀରବ ରେ ସୁନ୍ଦର ଆହୁରି ଲାଗୁଛ ତମେ.....
It is the morning, Monalisa
that makes me indebted to
I find a chance to touch your feet......
I am dying for a word, sundari
To say you "I love you"
While bidding you lovely good night......
To love you is an ecstacy, beautiful
To read your word
Is the pole star...
Ah, had there been
hudreds of mornings everyday
I would chant your name, my pyar....
Living was full
An epoch with nothing spectacular
Till you became a part of my life....
You came, you conquered me
You simply filled my being
with ecstacy Monalisa
You are an art yourself,
the finest one beyond strife.........
I will doubt my being a man
Till I win your heart...
You are a Pari, Manasi
This is my soul speaking
Believe me, I never flirt...
It is the morning I long for everyday
When I can say " I love you."
With my throat choked of a hard lumps......
The time stands bored and still whole day,
When you knock at my memory lines
I feel goose bumps.....
To think of talking you one day
Is the strongest balm
My heart throbs made out....
I am waiting for the day
I will say Oh my God
And seeing you before me I will pass out......
©® Sachidanand Mishra.....
ଘରକୁ ଆସିଲେ ପଚାରୁ ପ୍ରଥମେ
ଖାଇଛି କି ନାଇଁ ଖାଇନି
ବୋଉ ଲୋ ତୁ ମୋର ପ୍ରଥମ ବଉଳ
ତୁଇ ମୋର ବାଲେଣ୍ଟାଇନି....
Your first query on entering home
Is if I had taken meal....
You are my first sweetheart, mother
You are my first Valentine seal....
ଦରଦ ହଉ କି ଦିହର ଦରଜ
ସବୁଥିରେ ଆଗ ତୁ ଲୋ....
ବୋଉ ନାଆଁ ଠାରୁ ଅଧିକ ମଧୁର
ଆଉ କିଏ ଅଛି କହ ଲୋ....
Be it my mental agony or body pain
You are my first response.....
What is sweeter than your name, Mama
Tell me if you can splash....
You are the sweetest chapter
In my timeline till date,
Yours is the loveliest smile....
To wish you the warmest kiss
I promise I will go a mile...
Morning makes me think of you, Monalisa
Your memory leads me
to the brightest view.....
Whenever something good happens
I don't know why I miss you.....
ପାଇବାଟା କ୍ଷଣିକ ବି ହୋଇ ପାରେ
ହଜେଇବା କେତେ ଯେ ସହଜ...
କେମିତି କହିବି ସଖି
ତମ ସ୍ମୃତି କେତେ ଭାରି
କେତେ ଯେ ଖୋଜୁଚି ଆଜି ତମ ପଦରଜ....
Having you may be for a short while
Missing you is so easy, my sweet.....
How can I convince you, Monalisa
How cruel are your memories
Ah..
I miss the dust of your feet....
सांसें हो तुम खुद सुन्दरी,
तेरे बिन मेरी वजूदगी ही नहीं...
तू मेरा साथ क्या दोगी मेरे हमदम
मैं साया हूँ तेरा
जहाँ तुम हो मेरा आत्मा ही वहीं....
You are what I breath in
Without you where is my existence.....
You don't need to be near me
I am your shadow, Monalisa
Near you I see my presence.....
Your body was never a liability...
ଛୁଇଁଲି କେତେବେଳେ ଯେ ଆଉ
ଛୁଇଁବାକୁ ଦେଲ କେତେବେଳେ
ତମେ ନିଜେ ଗୋଟେ ଲାଜକୁଳୀ ଲତା....
ବୁଝୁଛି ନା ନ ବୁଝୁଛି
ଲେଖୁଛ ନା ନ ଲେଖୁଛ
ଏ ସବୁ ତ କହୁଛି ଏ ସୁନ୍ଦର କବିତା.... ଲାବଣ୍ୟ
ହଁ, ଶୁଣ ମୋନାଲିସା
କହିବିନି କହିବିନି ତମକୁ ମୁଁ ଭଲ ପାଏ ବୋଲି...
ଗୋଲାପରେ କଣ୍ଟା ଥାଏ
ପ୍ରେମରେ ଯନ୍ତ୍ରଣା...
ସ୍ନେହ ଥିଲେ ଶ୍ରଦ୍ଧା ଥାଏ
ଦୁଃଖ ଜଣାଶୁଣା....
लब्जों के क्या कहना, मोनालिसा
कभी कभी बन जाते हैं जीने का मकसद ये, मान लो...
शायरी शायद इसे कहते हैं
जब दर्द आते हैं जुबां पे सिर्फ तेरे याद में....
What to tell of words, Monalisa
They become
the purpose of breathing sometimes, I swear
When pain comes to the lips
Just in memories of you
Perhaps, this is the poetry of tears...
"एक न एक शम्मा अन्धेरे में जलाये रखिये"
"सुबह होने को है, माहौल बनाये रखिये"
"जिनके हाथों से हमें ज़ख़्मों के घाव पहुंचे हैं"
"वो भी केहते हैं ज़ख़्मों को छुपाये रखिये"
"कौन जाने वो किस राहगुज़र से गुज़रे"
"हर गुज़रगाह को फूलों से सजाये रखिये"
"दामन-ए-यार की ज़ीनत oन बने हर ऑंसू"
"अपनी पलकों के लिए कुछ तो बचाये रखिये"
ज़ीनत= शोभा.... 'सुरेश'!.
**************************************
ଖୁସି ହବା ତମର ହିଁ ଅଧିକାର ହେଉ
କେମିତି ହସିବ ତମେ ସେଇକଥା କୁହ......
ଦରିଦ୍ର ବା ଦେଇପାରେ କଣ ଆଉ
ରଖିଛି ଏତିକି ସଖି
ତମ ପାଇଁ କେଇ ବୁନ୍ଦା ଲୁହ......
Let the happiness be exclusively yours
Tell me how to see smile in the eyes, your...
What can a poor give you, Monalisa
What I have for you is
A few drop of tears only I have in store...
ତମକୁ ଖୋଜିବା ଟା କେବେ ପାପ ନୁହେଁ ମୋନାଲିସା
ଅପରାଧ ନୁହେଁ ଅବା
ଆଖିରେ ତମର ମୋର ଆଖି ମିଶେଇବା......
ମାନିନେବି ନିଜକୁ ମୁଁ ଘୃଣ୍ୟତମ ଦୋଷୀ ବୋଲି
ଥରେ ଖାଲି କହିଦିଅ "ଆସ ସାଥି ହେବା"......
To care for you is not a vice, Monalisa
neither a crime to wish you near, it is.....
let me be a criminal of highest order
"Hold my hand pl" if you once tell me....
ତମ କୋଳ ଥିଲା ଆମ ପାଇଁ ସ୍ୱର୍ଗ
ତମ ହାତ ଭରସାର ଅକୁଣ୍ଠ ତଟିନୀ
ନୟନରୁ ଝରୁଥିଲା ଅଫୁରନ୍ତ ମମତାର ପ୍ରଭା.....
ଗଲ ଚାଲି ପର କରି
ଶ୍ରୀହରିଙ୍କ ଦିବ୍ୟ ପୁରୀ
ମୁହଁ ଫେରି ଚାହିଁଲନି ବାବା !
କହିବ ମାଆଙ୍କୁ
ଗେହ୍ଲା ପିଲାମାନେ ସବୁ ଖୋଜୁଛନ୍ତି ତାଙ୍କୁ....
ସୁକନ୍ୟା ସୁଜାତା....
दिल मे हमारे बसते हैं जी, आप
हाजिर हैं हम सिर्फ स्मरण तो कर दें... ....
सुक्रिया मोनालिसा, काबिल तो समझा
शुभेच्छाओं दुकान पे देखिये जी
हम हैं सब से पहले कतार में......
You reside in our heart, Monalisa
Simply recall me, I will be there....
Thanks a lot, my love for being chosen
Wishing you is my first priority
I am on the first queue, not too far.....
नज़र मेरा तुम्ही पे है ,ए बेदर्द
न पढ़ पाया न पढ़ने दी तुमने कभी....
जुवां भी तेरी, जवाँ भी तेरी
झुकना क्या है तुमसे सीखना है जो अभी....
I have my full attention on you
O heartless,
I failed to read you
You never allowed me .....
My words are all betrothed to you
My voice represents yours
Failure is the thing you taught me....
ରୂପ ଅପାସୋରା ସପନ ଅଧୁରା
ଆଖିରେ ଛଟକ ତମ....
ବୟସର ତମେ ରୁଦ୍ରବୀଣା ଗୋ
ଅଧରେ ବିଜୁଳି ଭ୍ରମ....
Your beauty is unforgettable
You are the dream half negotiated
Your eyes are suggestive....
You are the Rudraveena of the youth
lightning in your lips
is all illusive.....
ମୁଗ୍ଧା ନାୟିକା ବର ବରନା ରେ
ଶରଧାର ସୁରଧାରା....
ହସେ ଇନ୍ଦ୍ରଧନୁ ଚନ୍ଦ୍ର ବଦନୀ
ଚାହାଣି ସରମଭରା.......
You are the enamored heroine
the noblest of women
The heavenly stream of enchantment...
Your smile is the rainbow
O moon faceed one
Your stare us laden with shy statement....
.... ... ମୁଁ ରାସ୍ତା କଡର ଝିଅ.... ୨
......... I am a girl from the roadside...2
ନୟନରେ ମୋର ସ୍ବପ୍ନ ଅଛି ଗୋ
ଖରାରେ ଖୋଜୁଚି ଖିଅ......
ହୃଦୟରେ ଭରି ଉଷୁମ କହୁଚି
ମୁଁ ରାସ୍ତା କଡର ଝିଅ.....
My eyes are the source of my dreams
I find resources from the sun beam......
With warmth in my heartbeats
You are addressed by a girl from road side ....
ନଈ ର ଜଳରୁ ପାଏ ରସାୟନ
ଖୋଲା ଆକାଶରୁ ପ୍ରାଣ...
ଫୁଲ ପାଖୁଡ଼ାରେ ଇନ୍ଦ୍ରଧନୁ ଦେଖେ
ପ୍ରଜାପତି ଖାଏ ରାଣ....
I draw chemistry from the stream water
My energy from the clear sky...
Rainbow I notice on the fresh petals of flower
I am sworn by butterfly....
©® Sachidananda Mishra....
ସଉଦା ଜାଣେନି, ସପନ କିଣେନି
ଭରସା ମୋ ମୂଳଧନ...
ବିଶ୍ୱାସ ରାଇଜେ ଘର ମୁଁ କରିଛି
ନାହିଁ ନଫା ନୋକସାନ......
I don't know marketing neither do I dream
Reliance is my principal strength......
I know nothing of loss or gain
I am a resident of the province of faith......
ଆକାଶଟା ମେଘମୁକ୍ତ ଆଜି
ନାହିଁ ଆଉ ହାଡଭଙ୍ଗା ମାଘ ମାସ ଶୀତ..
ଗଦା ଗଦା ଫୁଲଙ୍କର ସୌରଭ ସମ୍ଭାର ନେଇ
ହସି ହସି ଆସୁଚି ବସନ୍ତ..
ଆଂଜୁଳାଏ ସ୍ନେହ ଧରି
ନୟନ ରେ ହସ ଭରି
ଆସ ମାଆ ସରସ୍ୱତୀ
ଖୋଲିଦିଅ ପ୍ରେମର ପଣତ......
ଭରି ଦିଅ ଭାରତୀ ମା
ମନେ ମନେ ସୁଖ ଶାନ୍ତି
ଢାଳି ଦିଅ ମାଆ ତୁମେ
ପିଲାଙ୍କ ଶିରରେ ତୁମ ଶ୍ରଦ୍ଧା ଆଶିଷ..
ବିଦ୍ୟା ଦିଅ, ଧୈର୍ଯ୍ୟ ଦିଅ
କରୁଣା କଳସ ଢାଳି ସତବୁଦ୍ଧି ଦିଅ ମା ଗୋ
ଶୁଭ ଆଗମନୀ ପାଈଁ
ପିଲାମାନେ କରିଛୁ ହବିଷ.....
ସପନ ଦିଅ ଗୋ ମାଆ
ବଡ଼ ହେବୁ ହାତ ଧରି ବଡ଼ଙ୍କର...
ଶକ୍ତି ଦିଅ ପାଦେ ଆମ
କରି ଯିବୁ କଣ୍ଟକିତ ପଥ ଅତିକ୍ରମ..
ଶ୍ରଦ୍ଧାର ଆୟୁଧ ଧରି
ଯତନରେ ଜଗତ ଜିତିବୁ
ମାଆ ଗୋ ବିନତି ଘେନ
ମନେ ଆମ ଭରି ଦିଅ ଅତୁଳ ବିକ୍ରମ...
Spring is smiling ..
Dispersing open invitations
Winter is on its way..
The pleasing Sun welcomes you..
To welcome thee
The world is on the queue..
Give me knowledge Maa ..
Give me bliss in sway...
We welcome thee.. O
The epitome of wisdom...
The purity in its best paradigm
The beauty beyond eyes, human
Satym, the truth
Shivam, the blissful..
Goddess of the sublimity O!
We extend a hearty welcome...
Give us light Maa...
Give us love to the full..
We need sweet words
We need sober thoughts
Novelty, cool..
Reside in our mind, Maa
With Peace fill our heart...
Come on this earth, Maa
Never leave us with your doors shut.
©® Sachidananda Mishra..
हिसाब तो मेरी तेरे पास, ए सुन्दरी
ख्वाबों में भी ख्वाहिशों का भरमार हो...
छाती में दो गागर ढो कर भी
बून्द बून्द के लिए तरसाती हो...
My accounts are all with you, Monalisa
You are the treasure
of wishes even in dream.......
Even though you bear
two pitchers in your chest
You torment for every drop of cream......
ସପନକୁ ଦେଖାଯାଏ ନାହିଁ, ସହୀ
ସପନ ଆସଇ ନେଇ ସାତ ସମୁଦ୍ରର ନିଦ......
ପିଆଲା ର ପରଶକୁ କହନ୍ତିନି ପ୍ରେମ
ସମ୍ପର୍କ ର ବାଲିବନ୍ଧ ଭାଙ୍ଗେ ନାହିଁ ସ୍ୱାର୍ଥ ର ନିହିତାର୍ଥେ
ବନ୍ଧୁତା ହାରେ ନାହିଁ, ଭରେ ନାହିଁ ଅବିଶ୍ୱାସ ଛିଦ୍ର.....
ସୁନାର ସପନ ତମେ ମୋନାଲିସା
ପ୍ରେମ ତମ ରୁପାର ଚାଙ୍ଗୁଡ଼ି....
ବୟସର ବାଲିଘରେ ପ୍ରଣୟର ଛାପ ଖାଲି
ରଙ୍କ ପାଇଁ ରୂପକନ୍ୟା ତମେ
ଦିଅ ଗୋ ପ୍ରେୟସୀ ଟିକେ ରୂପରସ ଇଡି....
You are the dream of gold, Monalisa
Your love is the silver basket....
The sand house of the age is full with
Foot prints of enchantment
You are the damsel of beauty for a beggar
Let the juice of your charm be spilled a little...
ଆକ୍ଷି ନୁହେଁ ପ୍ରତିକ୍ଷାର
ଅନ୍ତହୀନ କେବଳ ଯମୁନା ସଖି
ଆକ୍ଷି ନୁହେଁ ଭରସା ର କାକକୃଷ୍ଣ ଭସା ମେଘ ....
କହିବିନି... କହିବିନି କିଛି ମୋନାଲିସା
ଆକ୍ଷିରୁ ବହେନି ଯେବେ କାରୁଣ୍ୟ ର ବନ୍ୟା
ଖୋଲେ ନାହିଁ ଶତାବ୍ଦୀର କପାଟ ନିସ୍ତବ୍ଧ.........
Your eyes are not the only Yamuna
Of endless waiting,
Eyes are not the floating clouds
of crow black hue, of reliance......
No words, no words Monalisa
if eyes wont flood with pity
and if the doors won't open
with centuries of silence........
मधुमक्खि की छत हो तुम,मोनालिसा
छूना चाहते थे तुम्हें
दूर से तेरे पलकों को चूमकर...
आने जाने का जरिया सिर्फ नहीं होता है दरवाजा
फेंक दी हमें एक निचोड़े गए निब्बू की तरह...
You are like an umbrella
of honey, Monalisa
I wanted to touch you,
your heart from the distance
by kissing your stare.....
A door isn't a medium of communication
To in and out only....
You threw me out
like a squeezed lemon spare........
ଭଲ ପାଇ ତମେ କି ଯାଦୁ କରିଛ
ପ୍ରାଣ ହେଲା ଦୁର୍ବିସହ...
ସୁନ୍ଦରୀ ତମେ ହାଣୁଚ କଟାକ୍ଷ
ପ୍ରେମ ତମ ଅନୁଗ୍ରହ....
What magic you have done on me
I don't know,
My life has turned a turmoil...
Your ogling I am infatuated with, Monalisa
Your love is blissful coil....
ପଦରେଣୁ ତମ ପୀୟୂଷ ପ୍ରବାହ
ଭରସାର ଛାୟାପଥ...
ପ୍ରଣୟ ପତ୍ରୀ ପଢିବି କେବେ ଗୋ
ପୁରେଇବ ମନୋରଥ......
The dust of your feet
are live flow of nectar,
The milky way of reliance...
When shall I read
your chart of love making, sweet heart
When will you fulfill my wish.....
Truth you wanted me to keep track on
I found it in you,
your prayer was live shadow of you
O truth and beautiful......
Happiness I wanted
and you gave me bliss endless
and unbreakable one, shoothing and cool...
Nothing I can give you O lord,
I am empty, you have made me so.....
Nobody has seen your feet,
I am dead sure of this,
how to please you is the only thing
I want to know.........
©® Sachidananda Mishra. ..
अपने कभी खोते नहीं जी,
जो खोते हैं ये कभी नहीं थे दिल के करीब
दुआ मांगना है परवरदिगार से तो मांग , ए हसीन
उनके लिए जो दिल के मारे हुए हैं
और जिन्हें तेरे नजर की जरूरत है...
Nearers and dearers are never lost, Mam
Those who go away were never close....
If you want to seek blessings, go to the door of the Almighty, O beautiful
And ask for those who are sulking
And those who need your attention...
ତୁମ ଭଲ ପାଇବାର କି ଯାଦୁ ଅଛି କେଜାଣି
ତୁମକୁ ଆହୁରି ଭଲ ପାଇବାକୁ ଇଛା ହୁଏ
ଏତେ ଭଲ ପାଇଲେ
ମୋ ଜୀବନ ଦୁର୍ବିସହ ହୋଇ ପଡିବ
ତମକୁ ଛାଡି ରହି ପାରିବିନି
ପାଦ ତମ ଭରସାର ଛାୟାପଥ
ଆଖି ତମ ଆକାଂକ୍ଷାର ମୁଗ୍ଧା ଗଂଗୋତ୍ରୀ......
ସୌନ୍ଦର୍ଯ୍ୟର ଭିନ୍ନସ୍ଵାଦ ତମ ପ୍ରେମ, ପ୍ରିୟତମା
ତମ ସ୍ମୃତି ଗାଏ ତୋଳି ଶ୍ରାବଣର ମନ୍ଦାକ୍ରାନ୍ତା
ତମେ ସଖି ପ୍ରଣୟର ଆଦ୍ୟ ଜନ୍ମପତ୍ରୀ......
Your feet are the milky way of reliance
Your eyes are the enchanted Gongotri of expectations...
Yours is a different taste of love, O dearest
Your memory sings Mandakranta of Shravana
You are the first birth chart of warmth...
ମନ ହୁଏ ନାହିଁ ଶାନ୍ତ
ଲୁହତକ ପିଇଗଲେ ସବୁ....
ଆଖିପତା ଶୁଖେ ନାଇଁ
ଥରେ ଅଧେ ପୋଛିଦେଲେ
ଉଦାସିଆ ଚୁମା ଖାଇ ଭରେ ନାଇଁ ଓଠ....
ମୁହଁ ମୋଡି ଦେଲେ ସିନା
ବାଲି ଘର ଭାଙ୍ଗିଯାଏ
ରାଣଦିଆ ଅଭିମାନ
ଶାଣ ଦିଆ ଛୁରୀ ନୁହେଁ
କିଛି ନ କହି ବି ମିତ ହାଣି ହୁଏ ଚୋଟ....
You won't be satisfied
If you drink the tears in full....
Just by wiping out once
Lids of the eyes don't dry up...
Lips won't rest by lifeless kisses..
Sand houses do tumble down
If you turn your face aside..
Sulking with promises
Are not sharpened knives..
You can slice open even in silence....
ପୀରତିରେ ପରଶରେ
ଭରିଯାଏ ପ୍ରେମର ପିଆଲା...
ଅଝଟିଆ ସାଙ୍ଗ ତମେ
ସ୍ନେହବୋଳା କଥା କହି
କରି ଜାଣ ମନ ମତୁଆଲା...
ବନ୍ଧୁତା ର ଅମାନିଆ ପ୍ରଜାପତି ତମେ
ବୟସର ଚିତ୍ରିତା ପଲକ....
ଶୁଭ ସନ୍ଧ୍ୟା, ମିତ୍ରବର
ସଂସ୍କୃତିର ବର୍ତ୍ତାବହ ତମେ
ତମେ ଅଟ ସମ୍ପର୍କର ଦୃପ୍ତ ଅଭିଷେକ.....ଅସୀମା ସାହୁ
କୁଣ୍ଠାହୀନ ହୃଦୟର ସମ୍ବେଦନଶୀଳତା
ହିଁ ବନ୍ଧୁତ୍ୱର ପ୍ରଥମ ପ୍ରତିଶ୍ରୁତି....
ବନ୍ଧୁତ୍ୱ ଏକଦିଗବିଶିଷ୍ଟ ପଥ, ବନ୍ଧୁ...
ଏଥିରେ ଅହମିକା ର ଗନ୍ଧ ନ ଥାଏ...
ନ ଥାଏ ଅଭିମାନ ର ପ୍ରଶ୍ନବାଚୀ...
ହୃଦୟର ଅନାବିଳ ସ୍ପନ୍ଦନ ହି
ବନ୍ଧୁତା ର ମାପକାଠି...
ସମ୍ପୁର୍ଣ୍ଣ ଭରସା ଆଉ ବିଶ୍ୱାସ ହିଁ ମିତ୍ର ଶବ୍ଦର ପର୍ଯ୍ୟାୟବାଚୀ...
ବନ୍ଧୁ ପାଇବା ଭାଗ୍ୟରେ ଥିଲେ ମିଳେ...
ଆଉ ବନ୍ଧୁ ହେବା
ଜନ୍ମାନ୍ତରର ତପସ୍ୟା ର ଫଳ...
Feeling with a unreserved heart
Is the first assurance of friendship...
It is a one-way traffic, my friend...
Here is no trace of ego...
No question of prestige...
Unblurred throbs are its measuring stick....
Complete reliance
and faith is its synonym...
A friend is a fortune and
friendship is the result of births..
ସପନ ଦେଇଛ ଆଖିରେ ଆଖିଏ
ଆକାଶେ ଦେଇଛ ସୂର୍ଯ୍ୟ...
ଚାଲିବାକୁ ପ୍ରଭୁ ବାଟ ଦେଖେଇଛ
ଶରୀରରେ ବଳବୀର୍ଯ୍ୟ....
ରୂପକଥା କହି ମନ ତୋଷି ଅଛ
ପବନେ ଦେଇଛ ଗନ୍ଧ...
ରଙ୍ଗ ଦେଇଅଛ ମନରେ ଭରିକି
ସରାଗେ ବାନ୍ଧିଛ ବନ୍ଧ....
You have filled my eyes
with dream,
There is the Sun in the sky...
You have shown me the way
to walk ahead,
Embued my body with virile.
You have pleased O God with ballads
Added perfume into the air..
Colors you have filled in the hearts
Connected them with love and care...
ପ୍ରୀତି ପ୍ରଣୟ ର ପରିଚୟ ତମେ
ତମେ ଅମାନିଆ ବନ୍ୟା...
ପରି ରାଇଜର ପୁଣ୍ୟ ପରିଣୟ
ସୁନ୍ଦରୀ ଗୋ ରୂପକନ୍ୟା.....
ବୟସର ଇନ୍ଦ୍ରଧନୁ ଗୋ....
ରମଣୀରତନ ରତି ରସବତୀ
କୁରଙ୍ଗୀ ଉରଜସାନୁ ଗୋ.....
You are the identification of
love and love making,
You are the flood unmitigated...
You are the sacred marriage
of the fairyland,
you are the beautiful bride of charm..
The rain bow of youth you are...
You are the sweetest of womanhood,
the love making incarnate
The gazelle, with breasts like mountains...
କୁଣ୍ଠାହୀନ ହୃଦୟର ସମ୍ବେଦନଶୀଳତା ହିଁ ବନ୍ଧୁତ୍ୱର ପ୍ରଥମ ପ୍ରତିଶ୍ରୁତି.... ବନ୍ଧୁତ୍ୱ ଏକଦିଗବିଶିଷ୍ଟ ପଥ, ବନ୍ଧୁ... ଏଥିରେ ଅହମିକା ର ଗନ୍ଧ ନ ଥାଏ... ନ ଥାଏ ଅଭିମାନ ର ପ୍ରଶ୍ନବାଚୀ...ହୃଦୟର ଅନାବିଳ ସ୍ପନ୍ଦନ ହି ବନ୍ଧୁତା ର ମାପକାଠି... ସମ୍ପୁର୍ଣ୍ଣ ଭରସା ଆଉ ବିଶ୍ୱାସ ହିଁ ମିତ୍ର ଶବ୍ଦର ପର୍ଯ୍ୟାୟବାଚୀ... ବନ୍ଧୁ ପାଇବା ଭାଗ୍ୟରେ ଥିଲେ ମିଳେ... ଆଉ ବନ୍ଧୁ ହେବା ଜନ୍ମାନ୍ତରର ତପସ୍ୟା ର ଫଳ...
Comment on pragya paramita rath
Comment on pragya paramita rath
इतनी सुंदरता का क्या मायने प्रभु
आप अगर मिले नहीं....
सारी रात बीत गयी जागती हुई...
श्रद्धा की नदिया सूखने की कगार पर
अब भी आप मिले नहीं....
कब तक ऐसे राह निहारूँ ?
पुकार न पहुंची आप को
यह दिल मानती नहीं....
आप अगर मिले नहीं....
सारी रात बीत गयी जागती हुई...
श्रद्धा की नदिया सूखने की कगार पर
अब भी आप मिले नहीं....
कब तक ऐसे राह निहारूँ ?
पुकार न पहुंची आप को
यह दिल मानती नहीं....
What is the meaning of
such a beauty O Lord
If you are not reached..
The whole night has passed with me awaken..
The river of prayer is on the brink of dryness
You are yet to be reached..
How long is the way to your feet
I don't believe
My call has not moved you...
such a beauty O Lord
If you are not reached..
The whole night has passed with me awaken..
The river of prayer is on the brink of dryness
You are yet to be reached..
How long is the way to your feet
I don't believe
My call has not moved you...
अकेले हैं,
चले आओ,
जहाँ हो......
चले आओ,
जहाँ हो......
मुहब्बत तुझ से मुझे कब से है रे बेदर्द
ये लब्ज मेरे समाते नहीं अकुतो प्यार को....
जो टूटता है उसे प्यार नहीं कहते, मोनालिसा
जो हारता है उसे लब्ज नहीं कहा करते......
ये लब्ज मेरे समाते नहीं अकुतो प्यार को....
जो टूटता है उसे प्यार नहीं कहते, मोनालिसा
जो हारता है उसे लब्ज नहीं कहा करते......
Love I have for you
since long, O heartless....
My words don't contain
the depth of my feelings....
It is not love
Of it breaks down, Monalisa
It is not poetry
if it fails to touch you .....
since long, O heartless....
My words don't contain
the depth of my feelings....
It is not love
Of it breaks down, Monalisa
It is not poetry
if it fails to touch you .....
ବୟସ ସଙ୍ଗେ ଆନନ୍ଦ ର ସମ୍ପର୍କ ନାହିଁ
ଆନନ୍ଦ ଏକ ଅତି ମାନବିକ ସମ୍ବେଦନା
ଅଧ୍ୟାତ୍ମ ଓ ଅତିମାନସିକ ଚେତନା ହିଁ ଏହାର ପରିଚୟ
ମନ ହିଁ ଏହାର ପ୍ରଶ୍ନ
ଉତ୍ତର ବି ମନର ଉଛ୍ୱାସ
ଆନନ୍ଦ ଏକ ଅତି ମାନବିକ ସମ୍ବେଦନା
ଅଧ୍ୟାତ୍ମ ଓ ଅତିମାନସିକ ଚେତନା ହିଁ ଏହାର ପରିଚୟ
ମନ ହିଁ ଏହାର ପ୍ରଶ୍ନ
ଉତ୍ତର ବି ମନର ଉଛ୍ୱାସ
ତମ ଲୁହ ଏତେ ଶସ୍ତା ନୁହେଁ
ମୋ ଜୀବନର ଏହା ସର୍ବୋତ୍ତମ ପୁଞ୍ଜି
ସମ୍ଭାଳିକି ରଖିବାର ଦାୟିତ୍ୱ ତମର
ତମ ହାତ ମୋ ପାଇଁ ଅନ୍ଧର ଲଉଡି
ତମେ ମୋ ବଞ୍ଚିବାର ଏକମାତ୍ର ରାହା
ମୋ ଜୀବନର ଏହା ସର୍ବୋତ୍ତମ ପୁଞ୍ଜି
ସମ୍ଭାଳିକି ରଖିବାର ଦାୟିତ୍ୱ ତମର
ତମ ହାତ ମୋ ପାଇଁ ଅନ୍ଧର ଲଉଡି
ତମେ ମୋ ବଞ୍ଚିବାର ଏକମାତ୍ର ରାହା
ସବୁ ରକ୍ତରେ ରକ୍ତିମା ନ ଥାଏ
କି ସବୁ ରକ୍ତ ଉଷୁମ ନୁହେଁ
କିନ୍ତୁ ଏହାର ସ୍ରୋତରେ
ସ୍ନେହ, ପ୍ରେମ ଓ ମମତା ଭରି ରହିଥାଏ
ହୃଦୟର କମ୍ପନ
ଏହାର ପ୍ରତି ପରମାଣୁ ରେ ଅନୁଭବ କରିହୁଏ
କି ସବୁ ରକ୍ତ ଉଷୁମ ନୁହେଁ
କିନ୍ତୁ ଏହାର ସ୍ରୋତରେ
ସ୍ନେହ, ପ୍ରେମ ଓ ମମତା ଭରି ରହିଥାଏ
ହୃଦୟର କମ୍ପନ
ଏହାର ପ୍ରତି ପରମାଣୁ ରେ ଅନୁଭବ କରିହୁଏ
रिश्ता निभाना क्या है ए बेदर्द
कब से तेरा राह निहार रहा हूँ रे बेदर्द
क्या जानो तुम खुद को कैसे खोते हैं
प्यार उसे कहते हैं प्रिय
जो एक दूसरे में मिलाये
खामोशी नहीं है जब तक दिल धड़कता है...
कब से तेरा राह निहार रहा हूँ रे बेदर्द
क्या जानो तुम खुद को कैसे खोते हैं
प्यार उसे कहते हैं प्रिय
जो एक दूसरे में मिलाये
खामोशी नहीं है जब तक दिल धड़कता है...
ସୁନ୍ଦର ସୃଷ୍ଟିର ଅନବଦ୍ୟ ସମ୍ପର୍କ ହେଉଚି ବନ୍ଧୁତା
ଜୀବନକୁ ଜିଇବାର ଏକ ଅବିରଳ ଧାରା
ଅଛି ତ ସବୁ ଅଛି
ସକାଳ ଆଉ ସନ୍ଧ୍ୟା
ବଞ୍ଚିବାର ସଫଳ ରସାୟନ ବନ୍ଧୁ ତମେ
ତମେ ପୁଣି ଶ୍ରଦ୍ଧାର ଶୁଦ୍ଧ ବସୁନ୍ଧରା
ଜୀବନକୁ ଜିଇବାର ଏକ ଅବିରଳ ଧାରା
ଅଛି ତ ସବୁ ଅଛି
ସକାଳ ଆଉ ସନ୍ଧ୍ୟା
ବଞ୍ଚିବାର ସଫଳ ରସାୟନ ବନ୍ଧୁ ତମେ
ତମେ ପୁଣି ଶ୍ରଦ୍ଧାର ଶୁଦ୍ଧ ବସୁନ୍ଧରା
कितना मोहक है तुम्हारा राह निहारना
तुम आओगे
कोई कह रहा है बार बार...
अनुरणीत है तुम्हारी आहट
आंखें तरस रहे हैं प्रियतम
तुम आना जब आये बहार...
तुम आओगे
कोई कह रहा है बार बार...
अनुरणीत है तुम्हारी आहट
आंखें तरस रहे हैं प्रियतम
तुम आना जब आये बहार...
ପ୍ରେମିକ ମନର ତମେ ଏକ ନିଷିଦ୍ଧ ଅଳିନ୍ଦ
ତମେ ମୋନାଲିସା ଯେବେ ହସ ମନ୍ଦ ମନ୍ଦ
ତମେ ପୁଣି ଅଟ ପୃଷ୍ଟ କଳ୍ପନା ବିଳାସ.....
ରତି ତମେ ଶୃଙ୍ଗାର ଗୋ ତମେ ନବ ରସ.....
ତମେ ମୋନାଲିସା ଯେବେ ହସ ମନ୍ଦ ମନ୍ଦ
ତମେ ପୁଣି ଅଟ ପୃଷ୍ଟ କଳ୍ପନା ବିଳାସ.....
ରତି ତମେ ଶୃଙ୍ଗାର ଗୋ ତମେ ନବ ରସ.....
You are the forbidden corridor
of the lover's heart
When you smile to kill, Monalisa....
You are the ambrosia
of lusty resource....
You are the emotion of enchanting love
You are the errotic form of ecstatic romance...
of the lover's heart
When you smile to kill, Monalisa....
You are the ambrosia
of lusty resource....
You are the emotion of enchanting love
You are the errotic form of ecstatic romance...
ପ୍ରେମିକ ମନର ନିଷିଦ୍ଧ ଅଳିନ୍ଦ କୁ ଏତେ ନିଜର ନ ହେଲେ ପଢିବା ସହଜ ନୁହେଁ.... ତାଠୁଁ ଆହୁରି କଷ୍ଟକର ରଙ୍ଗତୁଳୀରେ ସଜେଇବା ଆଉ ପାଠକଙ୍କ ମନ କିଣିବା... ଆଃ... ଗାଳ୍ପିକା କେତେ ସହଜରେ ଖାଲି ପଢି ନାହାନ୍ତି, ଅପୂର୍ବ କଳା କୁଶଳତା ସହ ନିଭେଇଛନ୍ତି...ନାରୀ ଚରିତ୍ରର କୋମଳ ପର୍ଦ୍ଦାକୁ ଉଠେଇବା ତ ଜଣେ କୋମଳାଙ୍ଗୀ ହିସାବରେ ସୁଯୋଗ ହାତଛଡା କରି ନାହାନ୍ତି... ତେବେ ତା ଯାଇଁ ଲହଡିମାନଙ୍କୁ ନିଜ ପଛରେ ଦଉଦେଇବାର ଖୁବ ମଜା ନେଇଛନ୍ତି... ମଣିଷ ମନର ଦୁର୍ବଳତା ପଢିବାରେ ଓସ୍ତାଦ ହବା ଟା ବୋଧେ ଗାଳ୍ପିକାଙ୍କର ବିଶେଷତା...
ସାହିତ୍ୟ ବୋଧେ ବନ୍ଧୁଙ୍କର ପ୍ରଥମ ପସନ୍ଦ ନିଜକୁ ପରିବେଷଣ କରିବା ପାଇଁ...ମନର ରୁଦ୍ଧ କୋଠରୀରେ ଛପି ଥିବା ପ୍ରତିକ୍ରିୟାଗୁଡିକୁ ପ୍ରକାଶ କରିବାର ସର୍ବୋତ୍କୃଷ୍ଟ ପନ୍ଥା ବୋଧେ ଏହି ଗଳ୍ପ ମାଧ୍ୟମ... ସେଥିପାଇଁ ତ ତାଙ୍କ ଗଳ୍ପର ନାୟକ ଜୋତା ଭିଜିଯିବା ବାହାନା କରି ପାରନ୍ତି... ବାଃ...
ପୁରୁଷ ଚରିତ୍ର ଟି ମୁହଁ ରେ କିଛି ନ କହି ମଧ୍ୟ ଢେର କଥା କହିଛନ୍ତି... ଭଲ ପାଇବା ଯେ କିଛି ନ କହି ପ୍ରକାଶ କରି ହୁଏ .... ଅପ୍ରତ୍ୟକ୍ଷ ରେ... ସୁନ୍ଦର ବ୍ୟଞ୍ଜିତ ହୋଇଛି... ଶେଷ ପର୍ଯ୍ୟନ୍ତ ଅକୁହା ରହିଛି...
ନାରୀ ସ୍ୱାଧୀନତା ଆଉ ନାରୀ ଅଧିକାର ବିଷୟରେ ସଚେତନତା ଗାଳ୍ପିକାଙ୍କର ମୁଖ୍ୟ ପ୍ରତିପାଦ୍ୟ ନ ହେଲେ ବି, ମୁଖ୍ୟରୁ କମ ନୁହେଁ...
ଚରିତ୍ର ମାନଂକ ମୁହଁରେ ସୁନ୍ଦର ଭାବରେ ସମାଜର ଅନ୍ଧ ବୁଝାମଣାକୁ କୁହାଇ ଯୁଗସନ୍ଧିର ଅବିବେକିତାକୁ ଶକ୍ତ ଚଟକଣା ମାରିବାରେ ସିଦ୍ଧହସ୍ତା ମହିୟସୀ...ଝିଅମାନଙ୍କୁ ସମ୍ପତ୍ତି ବୋଲି କେମିତି ଏ ସମାଜ ସ୍ୱୀକାର କରୁଛି, ଆଙ୍ଗୁଠି ଗେଂଜି ସଭ୍ୟତାକୁ ଚେତେଇ ଦବାର କ୍ଷମତା ରଖନ୍ତି... ଅଭିଆଡ଼ି ବେଳେ ବାପର ସମ୍ପତ୍ତି, ଆଉ ବାହାଘର ପରେ ସ୍ୱାମୀର ଝିଅମାନଙ୍କର ଯୋଗ୍ୟତାର ଦର ଟିକିଏ କମ.... ପାଠକର ଆଖି ଫିଟେଇଦବାର ଇଛା ସାହିତ୍ୟକୁ ରୁଦ୍ଧିମନ୍ତ କରେ...
ସାହିତ୍ୟ ବୋଧେ ବନ୍ଧୁଙ୍କର ପ୍ରଥମ ପସନ୍ଦ ନିଜକୁ ପରିବେଷଣ କରିବା ପାଇଁ...ମନର ରୁଦ୍ଧ କୋଠରୀରେ ଛପି ଥିବା ପ୍ରତିକ୍ରିୟାଗୁଡିକୁ ପ୍ରକାଶ କରିବାର ସର୍ବୋତ୍କୃଷ୍ଟ ପନ୍ଥା ବୋଧେ ଏହି ଗଳ୍ପ ମାଧ୍ୟମ... ସେଥିପାଇଁ ତ ତାଙ୍କ ଗଳ୍ପର ନାୟକ ଜୋତା ଭିଜିଯିବା ବାହାନା କରି ପାରନ୍ତି... ବାଃ...
ପୁରୁଷ ଚରିତ୍ର ଟି ମୁହଁ ରେ କିଛି ନ କହି ମଧ୍ୟ ଢେର କଥା କହିଛନ୍ତି... ଭଲ ପାଇବା ଯେ କିଛି ନ କହି ପ୍ରକାଶ କରି ହୁଏ .... ଅପ୍ରତ୍ୟକ୍ଷ ରେ... ସୁନ୍ଦର ବ୍ୟଞ୍ଜିତ ହୋଇଛି... ଶେଷ ପର୍ଯ୍ୟନ୍ତ ଅକୁହା ରହିଛି...
ନାରୀ ସ୍ୱାଧୀନତା ଆଉ ନାରୀ ଅଧିକାର ବିଷୟରେ ସଚେତନତା ଗାଳ୍ପିକାଙ୍କର ମୁଖ୍ୟ ପ୍ରତିପାଦ୍ୟ ନ ହେଲେ ବି, ମୁଖ୍ୟରୁ କମ ନୁହେଁ...
ଚରିତ୍ର ମାନଂକ ମୁହଁରେ ସୁନ୍ଦର ଭାବରେ ସମାଜର ଅନ୍ଧ ବୁଝାମଣାକୁ କୁହାଇ ଯୁଗସନ୍ଧିର ଅବିବେକିତାକୁ ଶକ୍ତ ଚଟକଣା ମାରିବାରେ ସିଦ୍ଧହସ୍ତା ମହିୟସୀ...ଝିଅମାନଙ୍କୁ ସମ୍ପତ୍ତି ବୋଲି କେମିତି ଏ ସମାଜ ସ୍ୱୀକାର କରୁଛି, ଆଙ୍ଗୁଠି ଗେଂଜି ସଭ୍ୟତାକୁ ଚେତେଇ ଦବାର କ୍ଷମତା ରଖନ୍ତି... ଅଭିଆଡ଼ି ବେଳେ ବାପର ସମ୍ପତ୍ତି, ଆଉ ବାହାଘର ପରେ ସ୍ୱାମୀର ଝିଅମାନଙ୍କର ଯୋଗ୍ୟତାର ଦର ଟିକିଏ କମ.... ପାଠକର ଆଖି ଫିଟେଇଦବାର ଇଛା ସାହିତ୍ୟକୁ ରୁଦ୍ଧିମନ୍ତ କରେ...
ହଁ, ଗୋଟିଏ କଥା କହିବାକୁ ଇଛା... ଝିଅ ସ୍ରଷ୍ଟାଙ୍କର ସର୍ବୋତ୍କୃଷ୍ଟ ସର୍ଜନା.. ଏଣୁ, ସୁନ୍ଦର ଜିନିଷରେ ସମସ୍ତଙ୍କ ଲୋଭ ହବା ପ୍ରାକୃତିକ... ଝିଅ ଆଗରେ ପୁଅ ଏକ ଅବାନ୍ତର ଯୁକ୍ତି... ଯାହାକୁ ମାନି ହୁଏନି କି ମନା କରି ହୁଏନି... ନାରୀ ଏ ସୃଷ୍ଟି ର ରାଣୀ... ପୁରୁଷ କ୍ରୀତଦାସ... ମନ ମାନେ ତ ଗୋବର ଗାଡ଼ିଆ ଗଙ୍ଗା... କିନ୍ତୁ, କିନ୍ତୁକୁ ବୁଝିବାକୁ ପଡ଼ିବ... ନାରୀ ନାରୀତ୍ବକୁ ଧରି ରଖିଲେ ହେଲା... ନ ହେଲେ ପୁରୁଷ ବିଦ୍ରୋହୀ ହୁଏ... ବିଦ୍ରୋହ ହେଲେ, ନିୟମ ରହେନି... ନର ରାକ୍ଷସ ପାଲଟେ... ଦେବତା ହେବା କଷ୍ଟ... ରାକ୍ଷସ ହୋଇ ପୋଡିଜାଳିବାକୁ ସମୟ ଲାଗେନି...
ସୁନ୍ଦର ଗଳ୍ପ... ସାହିତ୍ୟ ସମୃଦ୍ଧ ହେଉ... ମୋର ବ୍ୟକ୍ତିଗତ ମତ... ପାଠକଙ୍କୁ ଆଘାତ ଦେଲେ, କ୍ଷମାପ୍ରାର୍ଥୀ
ସୁନ୍ଦର ଗଳ୍ପ... ସାହିତ୍ୟ ସମୃଦ୍ଧ ହେଉ... ମୋର ବ୍ୟକ୍ତିଗତ ମତ... ପାଠକଙ୍କୁ ଆଘାତ ଦେଲେ, କ୍ଷମାପ୍ରାର୍ଥୀ
ये मेरे दिल का पुकार है, मोनालिसा
तुम्हें देख पाऊं यह मुझे मालूम नहीं....
तुम तो गयी हो अब
सदियों का रिश्ता तोड़ के
मिलोगी नहीं इसमें कोई ताजुब नहीं....
तुम कमेंट करो या न करो
मुझे कुछ फर्क नहीं
तेरे पसंद मुझे पता है जरूर होगा....
अगर तुम पढ़ ली मेरे ये शब्दों को
कसम से मैं समझूँ
दुनिया बहुत हसीन है और तुम्हारी बहुत सुक्रिया होगी.....
This is the feeling of my heart, Monalisa
I don't know if ever I will see you again.......
You are now gone
Breaking the relation of centuries
We won't meet
It isn't a surprise, and I am still sane..........
No difference I see
If you comment on my words or not
you will like I am sure......
If you cast your eyes once on my words
I swear I will treat
this world a very decent one
with thanks from the core......
ହସିଲେ ତମର ବିଜୁଳି ଚମକେ
ଆଖିରେ ପ୍ରଶାନ୍ତ ସାଗର...
ମାନମୋହିନୀ ଗୋ ଚାଲିରେ ଚତୁରୀ
ଋଷିଲେ ସଂସାର ଅସାର....
କହିଲେ କଥାରେ ମୀରା ମଉସୁମୀ
ଚାହିଁଲେ ଚୁପକି ରାଧା...
କଣ୍ଠରେ ବସନ୍ତି ସ୍ୱୟଂ ସରସ୍ବତୀ
ଏକୁଟିଆ ସାଦାସିଧା......
Lightning splashes when smile, Monalisa
Your eyes are deep Pacific..
So cute you look while you walk
When you sulk, the world is pathetic...
You are the monson Meera
when you speak a word......
When you cast your glance
you are Radha, the double edged sword......
You are Saraswati incarnate......
So simple you are,
alone you are the vault secret......
ରୂପ ବାସନା ନୁହେଁ
ହୃଦୟ ର ନିର୍ମଳତା ପ୍ରକୃତ ରୂପ
ରୂପରେ ଦଶଦିଗ ମହକେଇ ବି ହୁଏ
ନାରୀ ର ରୂପ ସବୁ କିଛି ନୁହେଁ
ହୃଦୟ କୁ ଜୟ କରି ପାରିବା ନାରୀତ୍ବର ପରାକାଷ୍ଠା
ନିଜ ବାସନାରେ ମହକାଏ ଯିଏ
ନାଆଁ ଟି ତାହାର ଫୁଲ...
ସପନ ଦେଖାଇ ଚଉଦିଗ କରେ
ଖାଲଖମା ସମତୁଲ...
ଭଲ ପାଇବାଟା ଶିଖାଅ ତମେ ଗୋ
ମନେ ମନେ ଭରି ରଙ୍ଗ...
ଶୁଭରାତ୍ରି ସବୁ ଖେଳୁ ଦଶଦିଶ
ଶୁଭେଚ୍ଛା ଜଣାଏ ସାଙ୍ଗ....
ସ୍ବପ୍ନ ଦେଖିବା ଉପଭୋଗ୍ୟ ହୋଇପାରେ
କିନ୍ତୁ ସ୍ବପ୍ନକୁ ସାକାର କରିବା କଷ୍ଟକର
ହାତରେ ହାତ ଅସମ୍ଭବ କିଛି ନୁହେଁ
ଜୀବନ ରେ ସ୍ବପ୍ନ ଦେଖିବା ଆବଶ୍ୟକ
ଚାଲ, ହାତ ବଢ଼ାଅ ନା...
ଭଲ ପାଇବା ଏକ ଆନନ୍ଦ ଯାହା ଅନିର୍ବାଚନୀୟ
ଏହା ଉପଭୋଗ କରି ହୁଏ ବିଶ୍ୱାସ ଓ ଭରସା କୁ ନେଇ
ଯାହା ସତ୍ୟ, ତାହା ସୁନ୍ଦର ବି
ସାଥି ହୋଇ ଚାଲିବା ସହଜ ହୁଏ ପରସ୍ପର ସହଯୋଗ ରେ
ଖୁସି ପାଇଁ କଣ ଏତିକି କରି ପାରିବାନି ?
इतनी सुंदर तुम क्यों हो, मोनालिसा
जब तुम्हारे आंखों में झलसता है अभिमान
मेरी जगह जो तेरे पैरों पे है...
तेरे प्यार में मैं तो खो चूका हूँ कब से खुद को
वंदा हाजिर है, करना है जो कुछ कर....
You are so charming, Monalisa
when you are cross,
I know my place is at your feet.....
I have surrendered
before your way of love
you are free with your own way to treat.....
ଚୁମା ନୁହେଁ ପ୍ରଣୟର ମାପକାଠି
ଚୁମା ନୁହେଁ ଯୌବନର ଅମାନିଆ ଅଠା.....
ମନେ ଅଛି ପ୍ରେୟସୀ ରେ
ଅଦିନିଆ ପ୍ରେମର ସଉଦା
ଆଉ ଦେଇଥିଲ ମନଭରି ଦେହର ଉତ୍କଣ୍ଠା.....
ଓଠ ତମ ଚୁମିଥିଲା
ମୋ ଦେହର ନିଷିଦ୍ଧ ଅରଣ୍ୟ... ...
ହସ୍ତାକ୍ଷର କରିଥିଲ ମୋ ମନର ଗଭୀର ଗହ୍ବରେ
ବାଢ଼ିଥିଲ ସ୍ୱହସ୍ତରେ
ଯାହା ଥିଲା ତମ ପାଖେ ପଣ୍ୟ, ଶିହରଣ....
କଣ୍ଠ ତମ ଗାଇଥିଲା
ସଙ୍ଗୀତ ଆଦି ମଣିଷର...
ଦେହର ଉଷ୍ମତା ତମ ଭାଙ୍ଗିଥିଲା ବନ୍ଧ ବାଡ଼
ନିମନ୍ତ୍ରଣ ଦେଇ ମୋର ପୌରୁଷକୁ ଆଖିର ଭାଷାରେ...
ଚଢିଥିଲ କାଠ ଘୋଡା
ମଦନର ଫୁଲଶର ଖୋସି
ଉଦ୍ଦାମ ଉନ୍ମୁକ୍ତ ତମ ମୁକୁଳା ଜୁଡ଼ାରେ....
ମାପିଥିଲ ଗଭୀରତା
କଳିଥିଲ ସାନ୍ଦ୍ରତା ପଶୁତ୍ବର, ହିଂସ୍ରତାର...
ଆଖିରେ ମିଶାଇ ଆଖି
କରିଥିଲ ମୋ ଦେହର ବେଳାଭୁମେ କ୍ଷୁଧାର ସ୍ଵାକ୍ଷର....
Kiss is not a measure of love
Neither is it the gum of youth...
Do you still remember sweetheart
the untimely shopping of passion,
I had offered you the anxiety of body to your fill ?
Your lips had treated the abandoned jungle of my body
You had signed in the depth of the hole of my mind
You had offered in your own hand
whatever you had salables,
the goose bumps.....
Your voice had sung
the music of the ancient man....
The warmth of your body had broken all inhibitions...
Having invited my manliness in the language of your eyes..
You had mounted a wooden horse
with the flower arrow of the Mars
bedecked in your loosened tempting hair bun...
Had measured the depth and density of the animal desire in me
and its strength....
Had imprinted your hunger
in the shore of my body
with your eyes in my eyes......
©® Sachidanand Mishra.....
फासलें, दूरियाँ, क्या हैं ये चीजें
तुम मेरे धड़कनों में बसी हो...
मेरा दिल सिर्फ तुम्हें जानता है, जानेमन
सिर्फ तुम्ही और तुम्ही हो हस्र तरफ...
ଦୂରତା ନ ଥିଲା କେବେ ଅସହଜ ମୋନାଲିସା
ତମେ ଅଛ ହୃଦୟ ରେ ସ୍ପନ୍ଦିତ ପ୍ରତିଟି ମୁହୂର୍ତ୍ତେ...
ତମ ହସ ସ୍ବପ୍ନ ନୁହେଁ, ତମ ସ୍ମୃତି ଅନାମିକା ସତ
ତମେ ଥିବ ମୁଗ୍ଧା ଗୋ ପ୍ରତୀକ୍ଷା ର ଅନ୍ତେ......
You were never far away,
neither were you unreachable ever....
Each and every throbs
speak of your presence
and my timeline speaks in only your favor.......
Your smile was never a dream
and your memory is unique in its own way.....
You will be there,
O my enchanting shirt
waiting at the end of my sway.........
ପ୍ରତୀକ୍ଷା
ହଁ, ପ୍ରତୀକ୍ଷା ତାରି ନାଆଁ
ଯିଏ ହୃଦୟ କୁ ଝକଜୋର କରିଦିଏ
ଦ୍ୱାର ଖୋଲା ରହେ ସବୁବେଳେ
ନେତ୍ର ମନ୍ଦିର ର...
ତନ୍ଦ୍ରା, ନିଦ୍ରା ର ଅନ୍ୟ ନାମ ହୁଏ
ଆଉ, ସ୍ବପ୍ନ ଦେଖିବାକୁ ସମୟ ମିଳେନି
ସୁରୁଜ ଉଅଁନ୍ତି ନିତି, ସନ୍ଧ୍ୟା ଆସେ ଅନ୍ଧାର ଓଢଣୀ ଟାଣି
ଦିନ ଗଡି ଯାଏ ଛାଡି ଛାପ ବୟସର ...
ଜନ୍ମଦିନ ଆଜି ମୋର
ବନ୍ଧୁ ହେ ଭରିଦିଅ ଭିକ୍ଷାଥାଳ
ଭିକ୍ଷାର୍ଥୀ ମୁଁ ତବ ଆଶିଷର....
ଅନୁରାଗେ ସରବର
ସୁନ୍ଦରୀ ତମେ ସୁନାଗୋରୀ
ତମ ମନ ସ୍ୱପ୍ନର ବାଲିଘର.......
ଅନାହତ ପ୍ରଣୟର ପଦଶବ୍ଦ ଆଉ
ଶତାବ୍ଦୀର ଅପେକ୍ଷାର ଉପକୂଳ ତମେ
ଅରୁଣୀମା ବୋଳା ତମ କାନ୍ତ ଅଧର.....
You are drenched in attachment
O beautiful with golden texture,
Your heart is a sand house of dream....
You are the foot print
of an untouched love making
And a shore of waiting for centuries
Your charming lips are painted
with color of early Sun......
दुनिया कितनी हसीन होता
अगर मेरे हाथ में होता तेरा हाथ...
सफर होता सोहाना कितना
अगर तुम होती साथ साथ..
प्यार न होता सिर्फ ढाई अक्षर
ରାଣ ଦିଆ ନିଆ, ପ୍ରୀତି ଅଦିନିଆ
ବୟସ ସାଗର ଢେଉ ଢେଉକା...
ଆଖିରେ ଆଖିରେ ପ୍ରଣୟ ସଉଦା
ଭୁଲି କି ହୁଅଇ ମରମ ବିକା....
ଚାରୁକେଶୀ ମଦଳସା ଗୋ...
ମନ୍ଦ୍ରମଧୁରା ମୋହିନୀମଦିରା
ଶରଧା ସୁଧା ଚନ୍ଦ୍ରିକା ଗୋ....
Promises are like untimely love
The ocean of age lines are ever wavy....
Marketing of heart through eyes
like selling of feelings can't be forgotten...
Oh stylish beauty with slow gait
And sweet haired one
You are as charming as wine
And moonlit nectar..
चाँदनी से धुला हुआ अमृत हो तुम
तुम हो आंखों से चुराया गया काजल की धार....
प्रणय की प्रेरणा भी तुम हो मोनालिसा
मदिरा हो तुम देशप्रेम की
प्यार हो तुम और अमन का बहार....
You are moonlight washed nectar and lines of kaajal stolen from eyes my faith..
You are also the inspiration of love, Monalisa
You are wine of patriotism,
love you are and spring of peace...
ଯାହା କୁହ ପଛେ ଆଦରି ନେଇଛି
ଜୀବନ ଟା ମୋର ସୁଖ ସମୃଦ୍ଧି
ଖୋଜ କି ନ ଖୋଜ ସବୁ ତ ମୋହର
ନାରୀ ମୁଁ ନୁହେଁ ଅନ୍ଧପରିଧି
ଭରତ କୁ ବୁଝେ ବୁଝେ ଭାରତ କୁ
ସେଥି ପାଇଁ ମୋର ନାମ ଭାରତୀ
माँ कहके कोई शीश झुकाए
देश गाए कोई प्यार से....
रक्षा के लिए कोई चढ़ जाए बलि
ଚାଲିରେ ତମର ମୟୁରୀର ଛନ୍ଦ
ଆଖିରେ ଇନ୍ଦ୍ରଧନୁ....
ଠାଣିରେ ମୋହିନୀ ଅଳସ କନ୍ୟା ଗୋ
ପୋଛି ହେଉ ନାହିଁ ମନୁ.....୭
ରାଣ ଦିଆ ନିଆ, ପ୍ରୀତି ଅଦିନିଆ
ବୟସ ସାଗର ଢେଉ ଢେଉକା...
ଆଖିରେ ଆଖିରେ ପ୍ରଣୟ ସଉଦା
ଭୁଲି କି ହୁଅଇ ମରମ ବିକା....୧୦
ନିଆଁ ଲାଗିଯାଏ ହସିଦେଲେ ତମେ
ମନ ରାଇଜରେ ସଖୀ ରେ...
କାମନାର ଭାଷା ଆଖିଏ ଆଖିରେ
ହଜି ଯାଏ ପ୍ରାଣ ପକ୍ଷୀ ରେ..... ୬
Your smile simply puts me on fire
My heart throbs in ecstacy...
Your eyes overflow with language of desire
My soul misses you, O my lovly Preyasi...
ସୁନ୍ଦରୀ ତମେ ମଧୁର ସପନ
ନୟନେ କଜ୍ୱଳ ଧାର ଗୋ...
ରୁଦ୍ରବୀଣା ରେ ତଂତ୍ରି ରେ ତମେ
କୋମଳ ଗାନ୍ଧାର ସ୍ୱର ଗୋ....4
ସୁପ୍ତ ନଦୀଧାର ମୋ ଜୀବନ ସଖୀ
ତୁମେ ଯେ ଅଳସକନ୍ୟା...
ପବିତ୍ର ପଦାଙ୍କ ତମ ସୁରଧାରା
ମୁଁ ଯେ ଅମାନିଆ ବନ୍ୟା.... 5
ଚାରୁହାସିନୀ ଗୋ ମରାଳଗାମିନୀ
ଚିନ୍ମୟୀ ଚିତ୍ତଚମ୍ପା
ଚନ୍ଦ୍ରିକାଗୋରୀ ପୀନପୟୋଧରୀ
କାହିଁ ଗଲା ଅନୁକମ୍ପା ? 1
ତମ ସଚ୍ଚି ...
ସୁନ୍ଦର ତମେ ଆସିଥିଲ ସେଇ
ଅରୁଣ ବରଣ ପ୍ରାତେ ଗୋ.....
ପାଇ ତ ନ ଥିଲା ରଜନୀ ସଜନୀ
ସ୍ୱପ୍ନରେ ତମେ ଆସୁଛ କିଆଁ ଗୋ
କହିବନି ଯଦି କଥା ଗୋ....
ରାଣ ଦେଲି ତମେ ହସିବ ଟିକିଏ
ଲିଭିଯିବ ସବୁ ବଥା ଗୋ...2
କଥା ପଦକରେ ଦୁନିଆ ବଦଳେ
ବିଜୁଳି ଚମକେ ମେଘେ....
ସୁନ୍ଦରୀ ତମେ ଆକ୍ଷି ଛଟକ ରେ
ଭିଜେଇଲ ଅନୁରାଗେ...4
You change the world
In a word..
With the drop of the eye lid
O beautiful
You damped me in attachment..
ହସିଦେଲେ ତମେ ସୁଂଦରତମା
ଅମୃତ ବରଷି ଯାଏ ଗୋ...
ଚାଲିରେ ତମର ପୃଥୁଳ ଜଘନା
ରୁଷିମନ ରସି ଥାଏ ଗୋ....3
When you smile O, the most beautiful
It rains nectar.....
Seeing your gait, O heavy thighed one
The minds of ascetics are left ajar......
ଭଲ ପାଏ ତମକୁ ଗୋ
ଶରତର ଶୁଭ୍ରତା ସବୁ ରଂଗ ନେଇ........
ଏତିକି ଜାଣିଚ ବୋଲି
ମନ ମୋର କହୁଛି ତ ତୁହାଇ ତୁହାଇ.......
ସୁନ୍ଦରୀ, ପ୍ରାଣେଶ୍ବରୀ ମୋନାଲିସା,
ରୁପର ଅସୀମ ସମ୍ଭାର ତମେ ତ.........
ଶୁଷ୍କତାର ରୁକ୍ଷ ପତ୍ରଝଡା,
ଏ ତମର ପ୍ରେମଭିକ୍ଷୁ ଅସୀମ ଦୁରସ୍ଥ.........
With all the white of autumn
I love you...
My heart is doubly sure
You know this....
You a store house of limitless beauty
O my Monalisa, queen of my heart.....
Your this lover who begs is far away
Dry and deciduous....